BREAKING
Loading...
:

ରଣପୁର ମହୋତ୍ସବ ‘ଅର୍ଜୁନ"– ୨୦୨୫ ଚତୁର୍ଥ ସନ୍ଧ୍ୟାରେ ମଣିପୁରୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଲା

 ରଣପୁର ମହୋତ୍ସବ ‘ଅର୍ଜୁନ"– ୨୦୨୫   ଚତୁର୍ଥ ସନ୍ଧ୍ୟାରେ ମଣିପୁରୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଲା 





ରଣପୁର (ରୀନା ସାହୁ), ୮/୧/୨୦୨୪, ରଣପୁରର ଐତିହ୍ୟ, କଳା, ସଂକୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥ‌ିବା ୧୯ତମ ରଣପୁର ମହୋତ୍ସବ ‘ଅର୍ଜୁନ"–୨୦୨୫ର ଚତୁର୍ଥ ସଂଧ୍ୟାରେ ମହୋତ୍ସବ କମିଟି ସଭାପତି  ତଥା ରଣପୁର ବିଧାୟିକା ବାଚସ୍ପତି ସୁରମା ପାଢୀଙ୍କ ସଭାପତିତ୍ବରେ ରଣପୁର ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅତିଥି ମାନେ ନିଜ ନିଜ ଅଭିଭାଷଣରେ ରଣପୁର ମହୋତ୍ସବର ଊତ୍ତୋରୁତ୍ତର  ଉନ୍ନତି କାମନା କରିଥିବା ବେଳେ , ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ରଣପୁରର ପୁର୍ବ ଇତିହାସ ଆଲୋକପାତ କରିଥିଲେ ।  ସଭା ପୂର୍ବରୁ ଓ ପରେ ରାଜ୍ୟ ଭିତରୁ ବାହାରୁ ଆସିଥିବା ନୃତ୍ୟ କଳାକାର ମାନେ ଦର୍ଶକ ମାନଙ୍କୁ ଶୀତୁଆ ସଂଧ୍ୟାରେ ବାନ୍ଧି ରଖିଥିଲେ । ସୁଦୂର୍ କେନ୍ଦୁଝରରୁ ଆସିଥିବା ସମ୍ବଲପୁରୀ ନୃତ୍ୟ କଳାକାର ମାନେ ଦର୍ଶକ ମାନଙ୍କୁ ବିମୋହିତ କରିଥିବା ବେଳେ ମଣିପୁରୀ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରି ବାନ୍ଧି ରଖିଥିଲା ।ବିଭିନ୍ନ ମହୋତ୍ସବକୁ ମିନା ବଜାର , ରାମଦୋଳି,ସାଙ୍ଗକୁ ବିଭିନ୍ନ ପ୍ରକାର  ଖାଦ୍ୟ ଦୋକାନ ସହ ସରକାରଙ୍କ ତରଫରୁ ପଡ଼ିଥିବା ଷ୍ଟଲ ଗୁଡ଼ିକ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ଥିଲା ! ଜିଲ୍ଲାର ବିଭିନ୍ନ ଏସ ଏଚ ଜି ଗ୍ରୁପ ଗୁଡ଼ିକ ବିଭିନ୍ନ ଉତ୍ପାଦ ବିକ୍ରୀ କରୁ ଥିବା ଦେଖିବାକୁ ମିଳିଥିଲା। ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରି ଥିଲେ।   ଅନ୍ୟ ବର୍ଷ ମହୋତ୍ସଵଠୁ ଏ ବର୍ଷ  ରଣପୁର  ମହୋତ୍ସବ ‘ଅର୍ଜୁନ"–୨୦୨୫ ତାର ଏକ ନିଆଁରା ଢଙ୍ଗରେ ପାଳନ ହୋଇଛି !  ସବୁ ଦଳର ଜନପ୍ରତିନିଧି ମାନଙ୍କୁ ଅତିଥି ଭାବେ ସଭା ମଞ୍ଚରେ ଦେଖିବାକୁ ମିଳୁଥିବାରୁ ସାଧାରଣରେ  ରଣପୁର ମହୋତ୍ସବ ଆୟୋଜକ ମାନଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ସତ୍ୟ ନାରାୟଣ ମହାପାତ୍ର ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ! ଚତୁର୍ଥ ସଂଧ୍ୟାରେ ପ୍ରାୟ  ୨୦ହଜାରରୁ  ଉର୍ଦ୍ଧ ଜନ ସମାଗମ  ଦେଖିବାକୁ ମିଳିଥିଲା ! ମହୋତ୍ସବର  ସମ୍ପାଦକ ସ୍ୱରାଜ ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ସହ ମହୋତ୍ସଵ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି !! ରାଜ ସୁନାଖଳା ଜୋନ ର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ମାନଙ୍କୁ ଅତିଥି ମାନେ ମହୋତ୍ସଵ କମିଟି ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ରଣପୁର ଥାନା , ଚାନ୍ଦପୁର ଥାନା, ସୁନାଖଳା ଫାଣ୍ଡି, ଦର୍ପନାରୟାଣ ପୁର ଫାଣ୍ଡି ପୋଲିସ ମିଳିତ ଉଦ୍ୟମରେ ମହୋତ୍ସଵର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ୍ କରାଯାଇଥିବା ଦେଖିବକୁ ମିଳିଥିଲା !  ପାଗ ଉତ୍ତମ ଥିବା ହେତୁ ରଣପୁର ଅଂଚଳ ବାସୀ  ବେଶ୍ ଖୁସି ଅନୁଭବ କରିଥିବା  ଜଣାପଡି ଥିଲା !

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS