ଖଣ୍ଡପଡ଼ା କୁ ରେଳ ରାସ୍ତା ସଂଯୋଗ କରିବ କେବେ?
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହର ମଧ୍ୟ ଦେଇ କଟକର ବଡମ୍ବା କୁ ରେଳ ରାସ୍ତା ସଂଯୋଗ କରଣ ପ୍ରକଳ୍ପ କାର୍ଯ୍ୟକୁ ରେଳ ମନ୍ତ୍ରଣାଳୟ ସବୂଜ ସଂକେତ ଦିଆଯାଇଛି। ଏହାକୁ ଇତିମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଏସମ୍ପର୍କରେ କୋୖଣସି ପଦକ୍ଷେପ ନେଉନଥିବା ବାରୁ ଖଣ୍ଡପଡ଼ା ଅଞ୍ଚଳ ଚାଷୀ ମଧ୍ୟରେ ଅସୋନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଗତ୨୦୨୪ ମସିହା ମାର୍ଚ୍ଚ ମାସ ରେ ଖଣ୍ଡପଡ଼ା ଆସିଥିବା ବେଳେ ଉକ୍ତ ରେଳପଥ ନିର୍ମାଣର ପ୍ରସ୍ତାବ କୁ ନେଇ ଖଣ୍ଡପଡ଼ା ଯସାଧାରଣ ରେ ଦାବି ଆଗତ କରି ଆସୁଥିବା ଖଣ୍ଡପଡ଼ା ବାସିନ୍ଦା ଙ୍କ ଦାବି କୁ ଗ୍ରହଣ କରିଥିଲେ। ବିଭାଗୀୟ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଖୁବଶିଘ୍ର ଖଣ୍ଡପଡ଼ା ବଡମ୍ବା ମଧ୍ୟରେ ରେଳ ସଂଯୋଗୀକରଣ ନିମନ୍ତେ ଅନୁଦାନ ଅର୍ଥ ରାଶି ମଞ୍ଜୁର କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ରେଳ ପଥର ନିର୍ମାଣ କାର୍ଯ୍ୟ ନିମନ୍ତେ ସେଭଳି କୌଣସି ପଦେକ୍ଷପ କରାଯାଇନାହିଁ। ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଦେଇ ଥିବା ପ୍ରତିଶୃତି କୁପୂରଣ ରେ ସଫଳ କରିବାପାଇଁ ଖଣ୍ଡପଡ଼ା ବାସି ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment