BREAKING
Loading...
:

ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ଦଲାଲ

 ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ଦଲାଲ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଚଳିତ ବର୍ଷ ଧାନ ଫସଲ ଭଲ ହେବା ଆଶଙ୍କା ରେ ଚାଷୀ ମାନେ ରହିଥିବା ବେଳେ ଲଘୁଚାପଜନିତ ବର୍ଷା ରେ ଅନେକ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା । ଯେଉଥିପାଇଁ ମଣ୍ଡି ରେ ସେହି ଧାନ କୁ ସରକାର ନେବେ କି ନାହିଁ ସେ ନେଇ ଚାଷୀ ମାନେ ଚିନ୍ତା ରେ ରହୁଥିବା ବେଳେ ଗାଁ ଦଣ୍ଡ ରେ ଧାନ ଦଲାଲ ଙ୍କ ରାଜ୍ୟ ଚାଲିଛି । ଏପରି କି ଚାଷୀ ଙ୍କ ଠାରୁ ଶାଗ ମାଛ ଦରରେ ଧାନ କିଣି ନେଇଥିବା ଜଣାପଡିଛି। ସରକାର ଧାନ କୁଣ୍ଟାଲ ପ୍ରତି 3100ଟଙ୍କା ଧାଯ୍ୟ କରିଥିବା ବେଳେ କେତେକ ସ୍ଥାନରେ ମଣ୍ଡି       କିନ୍ତୁ ଆରମ୍ଭ ହୋଇ ନାହିଁ । ଏପରି ପ୍ରଖିରେ ଚାଷୀ ଙ୍କ ମାନବଳ ଭାଙ୍ଗି ପଡିଥିବା ବେଳେ ଧାର କରି ଧାନ ଚାଷ ରେ ଟଙ୍କା ବିନିଯୋଗ କରିଥିବା ଚାଷୀ ମଣ୍ଡି ରେ ଧାନ ଦେଇ ଟଙ୍କା ଆଣି ଧାର କରଜ ସୁଝିଥାନ୍ତେ ।କିନ୍ତୁ ସରକାର ଙ୍କ ମଣ୍ଡି ଖୋଲିବାରେ ବିଳମ୍ୱ ଯୋଗୁଁ ଏହାର ଫାଇଦା ଉଠାଉଛନ୍ତି ଅସାଧୁ କଳା ବ୍ୟବସାୟୀ । ଏହି କଳା ବ୍ୟବସାୟୀ ପଚାରେ ଲିଛି ସମିତ ସମ୍ପଦଳ ଙ୍କ ଭିତ ରିଆ ସମ୍ପର୍କ ରହିଥିବା ଅଭିଯୋଗ ହେଉଛି ସେମାନେ ଦଲାଲ ମାନଙ୍କୁ ଲଗାଇ ଚାଷୀ ମାନଙ୍କ ଠାରୁ ଧାନ ଆଣି ଗୋଟିଏ ସ୍ଥାନରେ ମହଜୁଦ କରି ରଖିବପ ରେ ତାହା ଜିଲ୍ଲା ବାହାର କୁ ପଠାଯାଉଥିବା ର କେତେକ ଚାଷୀ ଅଭିଯୋଗ କରିଛନ୍ତି । ଏଥି ପ୍ରତି ଜିଲ୍ଲା ଯୋଗାଣ ବିଭାଗ ଗୁରୁତ୍ୱ ନନେଲେ ଚାଷୀ ମାନେ କ୍ଷତି ଶହିବା ଏକ ପ୍ରକାର ନିଶ୍ଚଇତ ବୋଲି ଚାଷୀ ପରିବାର ନେତା ବୃଦ୍ଧି ଯୀବି କହିଛନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS