**ମ.ରାମପୁର ବ୍ଲକ ପରିସରରେ ଅବସ୍ଥିତ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ**
(ମଣିଭଦ୍ରା ଖବର) ମ.ରାମପର ବ୍ଲକ କାର୍ଯ୍ୟାଳୟ ର ପାଖରେ ରହିଛି ଏକ ମୁକୁଳା ଟ୍ରାନ୍ସଫର୍ମର ।ଯାହା ବିପଦ କୁ କରୁଛି ଆମନ୍ତ୍ରଣ । ଏହି ଟ୍ରାନ୍ସଫର୍ମର ଦେଇ ଅନେକ ଯିବ ଜନ୍ତୁ ଙ୍କ ସମେତ ଲୋକ ଙ୍କ ଯିବା ଆସିବା ନୀତି ଦିନିଆ ରାସ୍ତା ହୋଇଛି । ପାଖରେ ରହିଛି ମ.ରାମପୁର ବ୍ଲକ କାର୍ଯ୍ୟାଳୟ । କିନ୍ତୁ ଦୁଃଖ ର ବିଷୟ ସେହି ଟ୍ରାନ୍ସଫର୍ମର ଉପରେ ପଡୁନି କୌଣସି ଅଧିକାରି ଙ୍କ ନଜର । ବିପଦ କୁ ହାତ ଠାରି ଡାକୁଚି ସେହି ମୁକୁଳା ଟ୍ରାନ୍ସଫର୍ମର । ତେଣୁ କେତେବେଳେ କେଉଁ ପ୍ରକାର ଅଘଟଣ ଘଟଣା ଘଟିବ ତାହା କୁହାଯାଇ ପାରିବନାହିଁ l ଏଣୁ ଯଥାଶୀଘ୍ର ଟ୍ରାନ୍ସଫର୍ମର ଚାରି ପାଖରେ ବାଡ ଦେବାକୁ ସାଧାରଣ ରେ ଦାବି ହେଉଛି ।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق