BREAKING
Loading...
:

ଲୋକ ଙ୍କ ଜୀବନ ସହ ଖେଳ ନେଇ ଗୁରୁତର ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି

 ଲୋକ ଙ୍କ ଜୀବନ ସହ ଖେଳ ନେଇ ଗୁରୁତର ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ  ମୁଖ୍ୟ ଚିକିତ୍ସାଳୟରେ ଦିଲ୍ଲୀପ କୁମାର ଛତ୍ରୀୟା ନାମକ ସ୍ୱର୍ଗରଥ ଓ ଆମ୍ବୁଲାନ୍ସ ଡ୍ରାଇଭର ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ରହି ଦରମା ପାଇ ଆସୁଥିବା ସତ୍ତ୍ୱେ ପ୍ରାୟ ଛଅ ମାସ ଧରି ବିନା କାମ ରେ ଦରମା ପାଇ ଆସୁଥିବା ବେଳେ କାର୍ଯ୍ୟ ନ କରି ମଦ,ଜୁଆ ଖେଳି ସମୟ ଗଡ଼େଇ ଲୋକ ଙ୍କ ଜୀବନ ସହ ଖେଳ ଖେଳି ଆସୁ ଥିବା ଭଳି ଗୁରୁତର ହୋଇଛି । ଗତ ୧୧ ତାରିଖ ଓ ୧୫ ତାରିଖ ରାତିରେ ମାତାଲ୍ ଅବସ୍ଥାରେ ଡାକ୍ତର କର୍ମଚାରୀ ଙ୍କ ଫୋନ୍ ଯୋଗେ ତଥା ସିନ୍ଧେକେଲା ଥାନା ଅଧକାରୀ ନିଜେ ଫୋନ୍ କରିବା ସତ୍ତ୍ୱେ ଆସି ନ ଥିବା ଅଭିଯୋଗ ହୋଇଛି । ଏ ନେଇ ଶୀତ, କାକର ରେ ଲୋକେ ଏକ ଶବ ବ୍ୟବଚ୍ଛେଦ ପାଇଁ ସେ ନ ଆସିବା ଯୋଗୁଁ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇଥିଲେ । ସେହିଭଳି ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଉକ୍ତ ଡ୍ରାଇଭର ଙ୍କ ଅବହେଳା ଯୋଗୁଁ ଏକ ଅନୁଦାନ ପ୍ରାପ୍ତ ଗାଡ଼ି ଖତ ଖାଇବା ସାର ହୋଇଛି ।

ଏଭଳି କାର୍ଯ୍ୟାଳୟ ରେ ଅବହେଳା ନେଇ ଜନସେବା ସି ବି ଓ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS