BREAKING
Loading...
:

ସୀତା ମାତା ଙ୍କ ପବିତ୍ର ଉତ୍ସବ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

 ସୀତା ମାତା ଙ୍କ ପବିତ୍ର ଉତ୍ସବ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ....... 

ଭୁବନେଶ୍ଵର (ମଣିଭଦ୍ରା ଖବର)  ଲାଞ୍ଜିପଲୀ ନୂଆଁ ବନ୍ଧ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ରେ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିନ ସୀତା ବିବାହ ଉପଲକ୍ଷେ କଥା ବାଚକ ଏବଂ ଦିବ୍ୟ ଜୀବନ ସଂଘ ଲାଞ୍ଜିପଲି ଶାଖା ର ପ୍ରତିଷ୍ଠାତା ସ୍ଵାମୀ ହରି ଶରଣl ନନ୍ଦ ସରସ୍ୱତୀ ମହାରାଜ ଙ୍କ ଅଧକ୍ଷ ତlରେ ଏକ ବିଶେଷ ସତସଙ୍ଗ ହୋଇଥିଲା ଏଥିରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରତ୍ର , ଶ୍ରୀ ସୁକ୍ତମ୍, ସନିଶ୍ଚର ସ୍ତୋତ୍ର, ଶ୍ରୀ ରାମ ଚରିତ ମାନସ, ଗୀତା ପାଠ, ହନୁମାନ ଚାଳିଶା ପାଠ, ବିଶ୍ଵ ପ୍ରାର୍ଥନା ପ୍ରଭୁ ପ୍ରାର୍ଥନା, ସହ ବିଶ୍ଵର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ଶାନ୍ତି ମନ୍ତ୍ର ପାଠ, ସୀତା ବିବାହ, ହରିଗୁଣ ଗାନ, ଭଜନ କୀର୍ତ୍ତନ ସହ ସ୍ୱାମୀ ଜି କୋହିଥିଲେ, ଅନୁଭବ କରନ୍ତୁ  ଭଗଵାନ ଶ୍ରୀ ରାମ ଠାକୁର ନିଜ ପାଖରେ ଅଛନ୍ତି l ଅହଙ୍କାର ଏବଂ ଆସକ୍ତି ଯୋଗୁଁ ଆମକୁ ଦିଶୁ ନାହାଁନ୍ତି, (ଅସ ପ୍ରଭୂ ଦିନବନ୍ଧୁ ହରି କାରନ ରହିତ ଦୟାଲ । ତୁଳସୀ ଦାସ ସଠ ତେହି ଭଜୁ ଛାଡି କପଟ ଜଞ୍ଜlଲ୍) ।। ତୁଳସୀ ଦାସ କୋହୁଛନ୍ତି ରେ ମନ୍ଦ ମତି, କୁଟ କପଟ ଅହଙ୍କାର ରାଗ ଇତ୍ୟାଦି ଛାଡି, ଶ୍ରୀ ହରିଙ୍କର ଶ୍ରୀ ଚରଣ ତଳେ ଆଶ୍ରୟ ନେଇ ଭଜନ୍ତୁ , ଏବଂ ଲକ୍ଷ ରଖନ୍ତୁ ଇଶ୍ଵର ସାକ୍ଷାତକାର ପ୍ରାପ୍ତି ନିମନ୍ତେ ବ୍ୟାକୁଳ ହୋଇ ପ୍ରେମlଶ୍ରୁ ବାହର କରନ୍ତୁ, ତେବେ ଜୀବନ ଧନ୍ୟ ହେବ ବୋଲି ସ୍ୱାମୀଜି କୋହିଥିଲେ, ପ୍ରତ୍ୟେକ ଶନିବାର, ସଂକ୍ରାନ୍ତି ଦିନ ସନ୍ଧ୍ୟା ୭ ଟାରୁ ୯ଘଣ୍ଟା ପର୍ଯୋନ୍ତ ମନ୍ଦିରରେ ସତସଙ୍ଗ ର ଆୟାଜନ ହେଉଅଛି, ଅଥିତି ଭାବେ ଈ ଅଶୋକ କୁମାର ପାଳ, ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ସମ୍ପର୍କ ପ୍ରମୁଖ ପ୍ରଭାରୀ, ମନ୍ଦିରର ଉପସଭାପତି ଟି ଭେଙ୍କଟ ରାଓ, ସମ୍ପାଦକ ପ୍ରଭାକର ସାବତ, ମାରୁତି ସତସଙ୍ଗ ସଭାପତି ସହଦେବ ପାତ୍ର, କଣ୍ଠଶିଳ୍ପୀ ରଘୁନାଥ ପାତ୍ର, ନାଦିଆ ରାଣୀ, ଶିବାଜୀ ଭୂଷଣ ବେହେରା, ଧର୍ମା ସାହୁ, ଇ ସିମlଞ୍ଚଲ , ଇ ହାଇମା ବତି, ଜ୍ୟୋସ୍ନା ରାଣୀ ପରିଡ଼ା, ସୁଧାକର ସାହୁ, ପ୍ରଦୀପ ମହାରଣା, ନିରଞ୍ଜନ ପଣ୍ଡା, ସୁଷମା ପ୍ରଧାନ, ଡି ଚିନିମl ରେଡି, ବି ଚନ୍ଦ୍ର ଶେଖର ରେଡି ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ, ପରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS