ରାଜ୍ୟ କର୍ମଚାରୀଙ୍କ ମୁଖପତ୍ର ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ବାର୍ତ୍ତା ବହ *ସଂଗ୍ରାମର ବାର୍ତ୍ତା* ର ୪୬ତମ ଜନ୍ମ ବାର୍ଷିକ ଉନ୍ମୋଚନ ସଭା ।
ଭୁବନେଶ୍ଵର (ମଣିଭଦ୍ରା ଖବର) ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି କଟକ ଜିଲ୍ଲା ଶାଖା ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ କଟକ ନଗର ଜୋନାଲ ସମନ୍ଵୟ ସମିତିର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୮ତାରିଖ କଟକ ମାଛୁଆବଜାର ସ୍ଥିତ କର୍ମଚାରୀ ସଂଘ ପରିସରରେ ଇଂ ଉଦୟନାଥ ମହାପାତ୍ରଙ୍କ ସଭାପତିତ୍ୱରେ ସଂଗ୍ରାମର ବାର୍ତ୍ତା ର ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କର୍ମଚାରୀ ନେତା ଶ୍ରୀ ଦୁର୍ଗାଚରଣ ନାୟକ ଦୀର୍ଘ ୪୫ବର୍ଷ ଧରି ରାଜ୍ୟ କର୍ମଚାରୀଙ୍କ ମୁଖପତ୍ର ଭାବେ ପ୍ରସାର ଲାଭ କରିଥିବା *ସଂଗ୍ରାମର ବାର୍ତ୍ତା* ଜନ୍ମ ବାର୍ଷିକ ବିଶେଷ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ କର୍ମଚାରି ସାଂସ୍କୃତିକ ବିଚାର ମଞ୍ଚ ସମ୍ପାଦକ ଦ୍ଵାରିକାନାଥ ମହାନ୍ତି ସମ୍ପାଦକୀୟ ବିବରଣୀ ସହିତ ଆୟ ବ୍ୟୟର ହିସାବ ପ୍ରଦାନ କରିଥିବା ବେଳେ ସର୍ବଶ୍ରୀ ପ୍ରତାପ ଦାସ, ସୁବୋଧ କୁମାର ରାୟ, ପ୍ରଫୁଲ୍ଲ କୁମାର ମହାପାତ୍ର, ଗଜେନ୍ଦ୍ର ନାଥ ମହାନ୍ତି,ରବିନାରାୟଣ ମଲ୍ଲିକ, ଶ୍ରୀମତୀ ସାହୁ, ଡି.ମୋହନ ରାଓ, ଜୋଷ୍ଣା ମୟୀ ଦେଇ, ଜଳଧର ବାଘ, ଶକୁନ୍ତଳା ସର୍ଦାର, ଲିଙ୍ଗରାଜ ମହାନ୍ତି,ଧରିତ୍ରୀ ସାହୁ, ଗୋକୁଳାନନ୍ଦ ବେହେରା, ନମିତା ମନୋହାରୀ ,ପୂର୍ଣ୍ଣ ଚନ୍ଦ୍ର ନାୟକ, ଭାନୁମତି ମହାନ୍ତି , ଝରଣା ଜେନା ଓ ନିରଞ୍ଜନ ସାହୁ ପ୍ରମୁଖ ନେତୃତ୍ୱ ମାନେ ସଂଗ୍ରାମର ବାର୍ତ୍ତାର ବ୍ୟାପକ ପ୍ରସାର ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସାରା ରାଜ୍ୟର କର୍ମଚାରୀ ପ୍ରତିନିଧି ଓ କଟକ ସିଟି କୋ ଅଡିନେସନ କମିଟିର ସର୍ବସ୍ୱ ଲିଟୁ ନାୟକ ,ସଭଦ୍ରା ସୋରେନ ଓ ଜି ବି ମହାରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସର୍ବଶ୍ରୀ ନନ୍ଦକିଶୋର ଦାସ, ଗୋପୀନାଥ ବାରିକ, ବିକାଶ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ବେହେରା, ଧ୍ରୁବ ଚରଣ ଦେହୁରୁ ,ମଦନ ମୋହନ ସିଂହ, ମନୋଜ କୁମାର ଦାସ ଓ ସିବ ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସୁଦର୍ଶନ ପ୍ରଧାନ ଧନ୍ୟବାଦ ଦେଇଥିବା ବିଷୟ ସଂଗ୍ରାମର ବାର୍ତ୍ତାର ସମ୍ପାଦକ ନିର୍ମଳ ଦାସ ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق