ବ୍ରହ୍ମପୁର (ମଣିଭଦ୍ରା ଖବର) ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଦୁଇ ଦିନିଆ ମହୁରୀ ମହୋତ୍ସବ ୨୦୨୪ ଆୟୋଜିତ । ଅଧକ୍ଷ ଡ଼ଃ. ସନ୍ୟାସି ମହାରଣା ଲୋକକଳା ଲୋକସାହିତ ଲୋକନୃତ୍ଯ ର ପ୍ରସାର ପ୍ରଚାର ଦିଗରେ ମହୁରୀ ମହୋତ୍ସବ ର ପ୍ରମୁଖ ଭୁମିକା ରହିଛି ବୋଲି ସୂଚନା ଦେଇଥିଲେ । ୭ ତାରିଖ ପୂର୍ବାହ୍ନ ରେ ୬୦ ରୁ ଉର୍ଦ୍ଧ କବି ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ସାହିତ୍ୟ ଆସନରେ ଯୋଗ ଦେଇଥିଲେ । ସାହିତ୍ୟ ବିଭାଗର ପ୍ରମୁଖ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀଙ୍କ ସହ କାତିର୍କ ପାଣିଗ୍ରାହୀ , ସାଗରିକା ଆଚାର୍ଯ୍ଯ, ସୁଧିର ପଣ୍ଡା ସହଯୋଗ କରିଥିଲେ । ଲୋକକଳା ଲୋକନାଟ କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଶ୍ରୀ ମା ନାରାୟଣୀ ଦାସ କାଠିଆ, ମା ଚିହ୍ନମାନ ଗାହାଣ ପୁରୁଷୋତ୍ତମପୁର ଶ୍ରୀ ଦଣ୍ଡକାଳି ସଘଂ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ଶ୍ରୀ ଗଙ୍ଗାଧର ମହାରଣା,ଶ୍ରୀ ପର୍ଶୁରାମ ସାହୁ ଓ ଉଦୟନାଥ ମହାରଣା ଯୋଗଦେଇଥିଲେ । ସନ୍ଧ୍ୟାରେ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ପ୍ରକାର ପ୍ରକାର ଲୋକନୃତ୍ଯ,ଓଡିଶି , ସମ୍ବଲପୁରୀ ଇତ୍ୟାଦି ପରିବେଷଣ କରାଯାଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମ କୁ ମା ବୁଡି ଠାକୁରାଣୀଙ୍କ ଆଙ୍ଗାମାଳ ଆସିବା ପରେ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା । ଏଥିରେ ଅତିଥି ଭାବରେ ବ୍ରହ୍ମପୁର ପ୍ରେସ କ୍ଳବର ସଭାପତି ଶ୍ରୀ ଅଶୋକ ବ୍ରହ୍ମା ଓ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ଯ ପ୍ରକାଶ ପଟ୍ଟନାୟକ ବିଶିଷ୍ଟ ନାଟ୍ୟବିତ ଡାକ୍ତର ତ୍ରିପତି ସାହୁ , ଶ୍ରୀ ଇଂ ଜାମିନି କାନ୍ତ ଦାସ ଙ୍କ ସହ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ଃ. ସନ୍ୟାସି ମହାରଣା ସମ୍ପାଦକ ଶ୍ରୀ ମିହିର ପାଣିଗ୍ରାହୀ କୋଷାଧ୍ୟକ୍ଷ ରାମେଶ୍ଵରୀ ନନ୍ଦ, ଅନିଲ ଚୌଧୁରୀ , ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ବିଶ୍ବମ୍ବର ବେହେରା।, ଅନିଲ ପାତ୍ର ଅଭୟେନ୍ଦୁ ଶେଖର ପଟ୍ଟନାୟକ ସୃତିରାଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମ କୁ ଶ୍ରୀ କାତିର୍କ ପାଣିଗ୍ରାହୀ , ଶିବାନନ୍ଦ ବାରିକ,ସାଗରିକା ଆଚାର୍ଯ୍ଯ, ସୃତିଶିଖା ଚୌଧୁରୀ , ସାସ୍କୃତିକ ପ୍ରମୁଖ ପ୍ରଦିପ କୁମାର ନାହାକ ,ସାଂଗଠନିକ ସମ୍ପାଦକ ସୁଦର୍ଶନ ପରିଡା, ଶ୍ରୀ ସୁସାନ୍ତ କୁମାର ପଣ୍ଡା, କୈଳାସ ପାଣିଗ୍ରାହୀ , ଭବାନି ଚରଣ ମିଶ୍ର, ଶିବରାମ ପାଠି, ଅଶ୍ବିନୀ କୁମାର ଜେନା , ଦିଲ୍ଲୀପ କୁମାର ମହାରଣା, ବିଶ୍ବମ୍ବର ବେହେରା, ପ୍ରଶାନ୍ତ ସାହୁ, ଅଭିଷିକ୍ତା ଦାସ ଓ ଶ୍ରୀ ସାଇ ପ୍ରତିଭା developer director ରଶ୍ମିତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق