ଜାନୁୟାରୀ ୫ ତାରିଖରେ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଆସନ୍ତା ଜାନୁଆରୀ ମାସ ୫ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରୌପ୍ୟ ଜୟନ୍ତୀ ପାଳନ କରିବାକୁ ପୂରାତନ ଛାତ୍ର ଛାତ୍ରୀ ମାନେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଗୋଟିଏ ଦିନ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ବିଦ୍ୟାଳୟରେ ପାଠ ପଢିଥିବା ପୁରାତନ ଛାତ୍ର ଛାତ୍ରୀ ମାନେ ଆସନ୍ତା ଜାନୁଆରୀ ମାସ ୫ ତାରିଖରେ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ କମିଟି ତରଫରୁ ନିବେଦନ କରାଯାଇଛି । ସୂଚନାଯୋଗ୍ୟ ଯେ ଦଶପଲ୍ଲାର ଟାଣୁଆ ତଥା ଜନମାନସର ନେତା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ଉଦ୍ୟମରେ ଉକ୍ତ ବିଦ୍ୟାଳୟ ୧୯୯୦ ମସିହାରେ ସ୍ଥାପିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment