BREAKING
Loading...
:

ବିଜେଡିର ପ୍ରତିଷ୍ଠା ଉତ୍ସବ ପାଳିତ

  ବିଜେଡିର ପ୍ରତିଷ୍ଠା ଉତ୍ସବ ପାଳିତ 

ଗଞ୍ଜାମ (ମଣିଭଦ୍ରା ଖବର) ୨୮ ତମ  ବିଜେଡି ପ୍ରତିଷ୍ଠା ଉତ୍ସବ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଗୋପାଳପୁରରେ ପାଳିତ ହୋଇଛି। ବିକାଶ ପୁରୁଷ ବିଜୁ ପଟ୍ଟନାୟକ ଓ ଦଳ ସଭାପତି ନବୀନ ପଟ୍ଟନାୟକ ଅଦମ୍ୟ ପ୍ରେରଣା ଏବଂ ନେତୃତ୍ବରେ ବିଜେଡି ଏକ ଶକ୍ତିଶାଳୀ ଦଳ ହିସାବରେ ଗଢ଼ି ଉଠିଛି। ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଏହି ସଫଳତା ଓ ଦଳକୁ ସେବା ଦିଆପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଆସନ୍ତୁ, ଆଗାମୀ ଦିନରେ ବି ଏହି ଭାବେ ଦଳକୁ ଶକ୍ତିଶାଳୀ କରିବା ।ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ, ଚନ୍ଦ୍ର ଶେଖର ସାହୁ,ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ, ବିବେକ ରେଡ୍ଡୀ, ସୁବାସ ମହାରଣା, ମୁରଲୀ ମୋହନ,ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

 ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।

Post a Comment

Previous Post Next Post
Header ADS