BREAKING
Loading...
:

ଦୁଇ ବ୍ୟବସାୟୀଙ୍କ ମୃତ୍ୟୁରେ ଗଣିଆ ବଜାରରେ ଶୋକସଭା ପାଳିତ

 ଦୁଇ ବ୍ୟବସାୟୀଙ୍କ ମୃତ୍ୟୁରେ ଗଣିଆ ବଜାରରେ ଶୋକସଭା ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବଣିକ ସଂଘ ପରିସରରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଦୁଇ ଜଣ ବ୍ୟବସାୟୀ ନାରାୟଣ ସାହୁ ଏବଂ ଜୟକୃଷ୍ଣ ବାରିକଙ୍କର ମୃତ୍ୟୁ ଘଟିଛି । ଏହି ଅବସରରେ ଗଣିଆ  ରାମ ମନ୍ଦିର ପରିସରରେ ବଜାର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବଣିକ ସଂଘ ସଭାପତି ଦାଶରଥି ସାହୁ, ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ଜଗନ୍ନାଥ ଦାଶ, ଦୀପ୍ତି ରଞ୍ଜନ ଦାଶ,ପ୍ରଦୀପ କୁମାର ମହାପାତ୍ର, ସନ୍ତୋଷ କୁମାର ବେହେରା, ପ୍ରକାଶ କୁମାର ସାହୁ,ଦଣ୍ଡଧର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ବ୍ୟବସାୟୀଙ୍କ ଉଦ୍ୟଶରେ ନିରବ ପ୍ରାର୍ଥନା କରିବା ସହିତ ତାଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା । ଉଭୟ ଜଣେ ଜଣେ ସ୍ନେହୀ ତଥା ଉପକାରୀ ବ୍ୟକ୍ତି ଥିବା ସହିତ ବଜାରରେ ସମସ୍ତଙ୍କ ସହିତ ମିଳାମିଶା କରି ଚଳୁଥିଲେ ବୋଲି ସଭାପତି ପ୍ରକାଶ କରିଥିଲେ । ଏଭଳି ପରିସ୍ଥିତିରେ ଉଭୟଙ୍କ ପରିବାରକୁ ଭଗବାନ କୃପା ଦୃଷ୍ଟିରେ ଚାହିଁ ଥାଆନ୍ତୁ ବୋଲି ସେ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS