BREAKING
Loading...
:

ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, କଟକ ଫାଇନାଲରେ

 ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, କଟକ ଫାଇନାଲରେ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ହାଇସ୍କୁଲ ପଡିଆରେ ରଘୁନାଥ ଜୀଉ କ୍ଳବ୍ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବର୍ଷା ଯୋଗୁଁ ଦୁଇ ଦିନ ମ୍ୟାଚ ବାତିଲ ହୋଇଥିବା ବେଳେ ତୃତୀୟ ଦିବସରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତୃତୀୟ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ମାର୍ଥାପୁର  ବନାମ ନୂଆପାଟଣା । ନୂଆପାଟଣା ଟସ୍ ଜିତି ପ୍ରଥମେ ଫିଲଡି° କରିଥିଲା । ପ୍ରଥମେ ବ୍ୟାଟିଂ କରି ମାର୍ଥାପୁର ୧୫ ଓଭରରେ ୭ ଉଇକେଟ ହରାଇ ୧୮୬ ରନ୍  ସଂଗ୍ରହ କରିଥିଲେ । ଜବାବରେ ନୂଆପାଟଣା ଦଳ ୧୫ ଓଭରରେ  ୮ ଉଇକେଟ ହରାଇ ୧୭୨ ରନ୍ କରି  ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ । ଫଳରେ ମାର୍ଥାପୁର ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜିର ଦ୍ବିତୀୟ ତଥା ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କଟକ ବନାମ ମାର୍ଥାପୁର । କଟକ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲେ ।

 ଜବାବରେ ମାର୍ଥାପୁର ଦଳ ୬ ଉଇକେଟ ହରାଇ ୧୫୩ ରନ୍ କରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଫଳରେ କଟକ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । ଆଜିର ଏହି ମ୍ୟାଚ୍ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆସନ୍ତାକାଲି ଗୋଟିଏ ଲିଗ୍ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ହେବାକୁ ଥିବା ବେଳେ  ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ କାଇପଦର ବନାମ ବୈଦେଶ୍ବର । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS