BREAKING
Loading...
:

ବିଜୁ ଜନତା ଦଳର ୨୮ ତମ ଜୟନ୍ତୀ ପାଳିତ

 ବିଜୁ ଜନତା ଦଳର ୨୮ ତମ ଜୟନ୍ତୀ ପାଳିତ 

ରଣପୁର ( ରୀନା ସାହୁ) ନୟାଗଡ଼ ଜିଲ୍ଲା ରଣପୁର ମା ମଣିନାଗ କଲ୍ୟାଣ ମଣ୍ଡପ ରେ ଅପରାହ୍ନ ୨ ଟା ବେଳେ ବିଜୁ ଜନତା ଦଳର ୨୮ ତମ ଜୟନ୍ତୀ ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଢଙ୍ଗୀଙ୍କ ଆବାହକତ୍ୱରେ ମହା ଆଡମ୍ବର ରେ ପାଳନ ହୋଇ ଯାଇଛି ! ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ଜିଲ୍ଳା ବିଜେଡି କାର୍ଯକାରୀ ସଭାପତି ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, ଏନ୍ ଏ ସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ବିଜେଡି ଯୁବ ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକ, କର୍ମୀ ସନ୍ତୋଷ ଲେଙ୍କା, ନଗର ସଭାପତି ଲିଙ୍ଗରାଜ ନାୟକ, ନର୍ମଦା ରାୟ, ବରିଷ୍ଠ ଆଇନଜୀବି ଗିରିଜାକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି, ସମସ୍ତ ବିଜୁ ପ୍ରେମୀ ମାନେ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ୍ବ କର୍ମୀ ମାନେ ସ୍ବର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ! କର୍ମୀ ମାନେ ପ୍ରଥମ ଥର ବିଜୁ ଜନତା ଦଳର ହାର ପାଇଁ ବରିଷ୍ଠ ନେତ୍ରୁ ବୃନ୍ଦକୁ ଦାୟୀ କରି ଥିଲେ ! ଆଗାମୀ ଦିନରେ ନେତ୍ରୁ ମଣ୍ଡଳୀ ସଧାରଣ ବିଜୁ ଜନତା ଦଳର କର୍ମୀ ଓ ଭୋଟର ମାନଙ୍କ ସୁଖ ଦୁଃଖରେ ସାଥିରେ ରହି ବିଜୁ ଜନତା ଦଳକୁ ସୁଦୃଢ କରିବାକୁ ସମସ୍ତେ ଶପଥ ନେଇଥିଲେ !

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS