BREAKING
Loading...
:

କିଶୋର ପ୍ରସାଦକୁ ହରାଇ ଗଣିଆ ଚାମ୍ପିୟନ

 କିଶୋର ପ୍ରସାଦକୁ ହରାଇ ଗଣିଆ ଚାମ୍ପିୟନ

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଇନ୍ଦିପଟା ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଗଣିଆ ଏବଂ କିଶୋର ପ୍ରସାଦ ଟିମ୍ । ପ୍ରଥମେ କିଶୋର ପ୍ରସାଦ ଦଳ ବ୍ୟାଟିଂ କରି ମାତ୍ର ୫୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଗଣିଆ ଦଳ ୧୧.୦୩ ଓଭରରେ ୫୯ ରନ୍ କରି ବିଜୟୀ ହୋଇଛନ୍ତି । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ଯୋଗ ଦେଇ ଚାମ୍ପିଅନ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଗଣିଆ ଦଳର ପପୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS