ନୂଆଗାଁ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଗଣିଆ ଦାୟିତ୍ବ, ନିର୍ଦ୍ଦେଶନାମାର ୭ ଦିନ ବିତିଲା, ହୋଇପାରୁନାହିଁ ଦାୟିତ୍ବ ହସ୍ତାନ୍ତର
ଗଣିଆ (ମଣିଭଦ୍ରା ଖବର) ଗଣିଆ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସଇତସୁନ୍ଦରାୟଙ୍କ ସ୍ଥାନରେ ନୂଆଗାଁ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀରଙ୍କୁ ଗଣିଆ ପୂର୍ତ୍ତ ବିଭାଗ ଦାୟିତ୍ବ ବଣ୍ଟନ କରାଯାଇଛି । ଗତ ୨୬ ତାରିଖରେ ନୟାଗଡ଼ ପୂର୍ତ୍ତ ବିଭାଗ ଡିଭିଜନ ତରଫରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ଗଣିଆରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରିବେ । କିନ୍ତୁ ନିର୍ଦ୍ଦେଶନାମାର ୭ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାୟିତ୍ବ ହସ୍ତାନ୍ତର ହୋଇ ପାରିନାହିଁ । ଫଳରେ ଉକ୍ତ ବିଭାଗରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । କନିଷ୍ଠ ଯନ୍ତ୍ରୀ ଗଣିଆ ମୋହ ଛାଡି ପାରୁ ନଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق