ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ଗ୍ରାହକ ଦିବସ ପାଳିତ
ନୟାଗଡ (ମଣିଭଦ୍ରା ଖବର) ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ତରଫରୁ ମଙ୍ଗଳବାରଦିନ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଜିଲ୍ଳା ସଭାପତି ଅଭିମନ୍ୟୁ ପରିଡା ଅଧ୍ୟକ୍ଷତା କରି ଗ୍ରାହକର ୬ ଗୋଟି ଅଧିକାର ଉପରେ ଆଲୋଚନା କରିଥିଲେ । ଅଧିବକ୍ତା ପୁଷ୍ପାଞ୍ଜଳୀ ମିଶ୍ର ଯୋଗଦେଇ ଖାଉଟି ସୁରକ୍ଷା ଆଇନ 1986 ଓ 2019 ବିଷୟରେ ଉପସ୍ଥିତ ଗ୍ରାହକ ମାନଙ୍କୁ ବିଷଦ ଭାବରେ ବୁଝାଇଥିଲେ । ଉପସଭାପତି ଅନ୍ତର୍ଯ୍ୟାମୀ ମହାନ୍ତି ଜିନିଷ କିଣିଲା ବେଳେ ରସିଦ ଆଣିବା,ମାପ ଓଜନ ଠିକ୍ ରେ ଦେଖିବା ଉପରେ ଗୁରୁତ୍ୱ ଦେଇଥିଲେ ।ନୟାଗଡ ଜିଲ୍ଲା ତରଫରୁ ଗ୍ରାହକ ମାର୍ଗ ଦର୍ଶନ ସେବା କେନ୍ଦ୍ର ମାଧ୍ୟମରେ ଗ୍ରାହକ ମାନଙ୍କର ସମସ୍ୟାକୁ କିପରି ସମାଧାନ କରାଯାଉଅଛି ସମ୍ପାଦକ ରମେଶ କୁମାର ସେଠୀ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଚେତନ ଗ୍ରାହକ ଙ୍କ ସଦସ୍ୟତା ସଂଖ୍ୟା ଅଧିକ କରିବା ପାଇଁ ଅନୁଷ୍ଠାନର କୋଷାଧ୍ୟକ୍ଷ ମାନସ ମିଶ୍ର ଗୁରୁତ୍ୱ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ଦୟାନିଧି ରଥ, କାର୍ଯ୍ୟକାରିଣୀ ସଦସ୍ୟ ବାନମ୍ବର ସାହୁ, ଅଧିବକ୍ତା ପରିଷଦ ର ବହୁ ଆଇନ ଜିବି, ସାମାଜିକ ସଂଗଠନର ସଦସ୍ୟ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିଙ୍କ ସମେତ ଜନସାଧାରଣ ଯୋଗ ଦେଇ ଗ୍ରାହକ ଦିବସ ପାଳନ କରିଥିଲେ । ପ୍ରାନ୍ତ ପର୍ୟାବରଣ ପ୍ରମୁଖ ଗଣେଶ୍ୱର ପରିଡ଼ା କାର୍ଯକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନର ନୟାଗଡ ବ୍ଲକ୍ ସଙ୍ଗଠନ ସଂପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର,ନୟାଗଡ
إرسال تعليق