BREAKING
Loading...
:

ଜୀବନ ଯୁଦ୍ଧରେ ହାରିଗଲେ ରାଖାଲ ଘାସ ମରା ଔଷଧ ପିଇ ଆତ୍ମହତ୍ୟା କଲେ*

 *ଜୀବନ ଯୁଦ୍ଧରେ ହାରିଗଲେ ରାଖାଲ ଘାସ ମରା ଔଷଧ ପିଇ ଆତ୍ମହତ୍ୟା କଲେ*

ରାଇଘର (ମାମନି ଚକ୍ରବର୍ତ୍ତୀ ) ୧୪ ବର୍ଷ ବୟସରେ ବଡ଼ ଦାୟିତ୍ୱ "  ନିଜ ପାଗଳୀ ମାଁ ର ବୋଝ ସହିତ ଆଶ୍ରୟ ନିମନ୍ତେ ଘର ଖଣ୍ଡିଏ ପାଇଁ ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ | ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଏହି ଅସହାୟ ପରିବାର ପ୍ରତି ସରକାରଙ୍କ ନିକଟରେ ନିବେଦନ ମଧ୍ୟ କରାଯାଇଥିଲା | କିନ୍ତୁ ସରକାରଙ୍କ ସହାୟତା କୁ ୪ ବର୍ଷ ଧରି ଅପେକ୍ଷା କରି କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ୧୮ ବର୍ଷର ରାଖାଲ ସମାଦାର l ଆଉ ସମ୍ଭାଳି ନପାରି ଗତ ୧୯ ତାରିଖ ଗୁରୁବାର ଦିନ ରାଖଲ ଘାସ ମରା ଔଷଧ ଖାଈ ଗୁରୁତର ଅବସ୍ଥାରେ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିଲେ l ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଉମରକୋଟ ଓ ପରେ ନବରଙ୍ଗପୁର ଓ ସେଠାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା | ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ ହୋଇ ଶବ ବ୍ୟବଛେଦ ପରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇଥିଲା l ଏକମାତ୍ର ପୁଅ ଚାଲିଯିବା ପରେ ଏବେ ପାଗଳୀ ମାଁ ସମ୍ପୁର୍ଣ୍ଣ ଋପେ ଅସହାୟ ହୋଇ ପଡିଛନ୍ତି l ସେହି ଭଙ୍ଗା ଘରେ ଏବେ ଗ୍ରାମବାସୀଙ୍କ ସହାୟତା କୁ ଅପେକ୍ଷା କରି ପାଗଳୀ ମାଁ ଦିନ କାଟୁଥିବା ଦେଖିବାକୁ ମିଳୁଛି l ଏହି ଅସହାୟ ପରିବାର ପ୍ରତି ସରକାରଙ୍କ ଉଦାସୀନତା କେତେ ଯେ ପ୍ରଭାବ ପକାଇଛି ତାହା ସେଇ ପାଗଳୀ ମାଁ ଙ୍କୁ ଦେଖିଲେ ସହଜରେ ବାରି ହୋଇ ପଡ଼ୁଛି ପ୍ରକାଶ ଥାଉକି କୁମୁଲି ଡି.ଏନ.କେ ଗ୍ରାମର ଉପେନ ସମଦାର ଝିଅ ମଙ୍ଗଲି ସମଦାରକୁ ରାଜସ୍ଥାନର ଅନାମ ସମଦାର ଦୀର୍ଘ ୧୯ ବର୍ଷ ପୂର୍ବେ ଉମରକୋଟରେ କୋର୍ଟ ବିବାହ କରିଥିଲେ | ତା ପରେ ଦୁହେଁ ରାଜସ୍ଥାନକୁ ଚାଲି ଯାଇଥିଲେ l ସେଠାକୁ ଯିବାର ୮ ମାସ ପରେ ସ୍ବାମୀ ଅନାମ ମହଣ୍ଡ ଗ୍ରାମର ଅନ୍ୟ ଜଣେ ସମ୍ପର୍କୀୟା ସୁଜାତାଙ୍କ ସହିତ ମଙ୍ଗଲିକୁ ବାପା ଘର କୁମୁଲି କୁ ପାଠାଇ ଦେଇଥିଲେ l ମୁ ପରେ ଫେରିବି କହି ଅନାମ ଆଉ ଓଡ଼ିଶା କୁ ଫେରି ନଥିଲେ l ଅନ୍ୟପଟେ ମଙ୍ଗଳୀ ଗର୍ଭବତୀ ଥିଲେ l ବାରମ୍ବାର ଫୋନ୍ ଯୋଗେ ସ୍ବାମୀଙ୍କୁ ଡାକୁ ଥିବା ବେଳେ ଅନାମ କିନ୍ତୁ ନିଜ ବାପାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ବୁଝିବାକୁ ପଡ଼ୁଛି ତେଣୁ ମୁଁ ସେଠାକୁ ଯାଇ ପାରିବି ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ | ଏଥିରେ ମଙ୍ଗଲୀକୁ ମାନସିକ ସ୍ତରରେ ଶକ୍ତ ଧକ୍କା ଲାଗିଥିଲା l ମଝିରେ ମଝିରେ ସେ ଏକ ପ୍ରକାର ପାଗଳୀ ହୋଇ ଯାଉଥିଲେ l ଶେଷରେ ସେ ରାଖଲ୍ କୁ ଜନ୍ମ ଦେଇଥିଲେ | ରାଖଲ ଅଷ୍ଟମ ଶ୍ରେଣୀରେ  ପଢୁଥିବା ସମୟରେ ମାଁ ପାଗଳୀ ହୋଇ ଯାଇଥିବାରୁ ସେ ପାଠ ପଢା ସହିତ ପରିବାର ପୋଷଣ ର ଦାୟିତ୍ୱ ଉଠାଇବା ଆରମ୍ଭ କରିଥିଲେ l ଏମିତିକି ପ୍ରାୟ ସମୟରେ ରାଖଲ ପର ଘରେ ମୁଲ ଲାଗି ଯାହା ମିଳେ ସେଥିରେ ଘର ଚଳାଇ ଆସୁଥିଲେ l ମଙ୍ଗଲୀଙ୍କ ମାନସିକ ଅବସ୍ଥା ସବୁବେଳେ ଭଲ ରହୁ ନଥିବା ସହିତ ସେ ପାଗଳୀ ହୋଇ ରହୁ ଥିବାରୁ ମାଁ ର ଦାୟିତ୍ୱ ମଧ୍ୟ ରାଖଲ କୁ ନେବାକୁ ପଡ଼ୁଥିଲା l ଅଳ୍ପ ବୟସରୁ ଏଭଳି ଗୁରୁ ଦାୟିତ୍ୱ ନେଇ ରାଖଲ କୁ ତୁଲାଇବାରେ ବହୁତ କଷ୍ଟ ସହିବାକୁ ପଡ଼ୁଥିଲା l ମଙ୍ଗଳୀ ସମଦାରଙ୍କ ଆଉ କେହି ସମ୍ପର୍କୀୟ ନଥିବାରୁ ଗାଁ ସମ୍ପର୍କୀୟଙ୍କ ଘର ପଛପଟେ ଝାଟିମାଟି ଘରକରି ମାଁ ପୁଅ ରହି ଆସୁଥିଲେ l ପାଠ ପଢା ସାଙ୍ଗକୁ ସବୁବୋଝ ରାଖାଲ ସମଦାର ଉପରେ ଦିନକୁ ଦିନ ବୋଝ ବଢିବାରେ ଲାଗୁଥିଲା l ବର୍ଷା ଦିନେ ଘରସାରା ପାଣି ପଶିବା ଫଳରେ ଚୁଲି ଜଳି ପାରୁ ନଥିଲା |  ସେଦିନ ଦୁହେଁ ଭୋକ ଉପାସୋରେ ରହିବାକୁ ପଡ଼ୁଥିଲା ବୋଲି  ରାଖାଲ ସମଦାର ଭାବବିହ୍ୱୋଳ ହୋଇ ୪ ବର୍ଷ ପୂର୍ବେ ଗଣମାଧ୍ୟମରେ ପ୍ରକାଶ କରିଥିଲେ |  ସେମାନଙ୍କୁ ଖଣ୍ଡିଏ ଘର ଏବଂ ମଙ୍ଗଳୀ ସମଦାରଙ୍କ ମାନସିକ ବିକୃତର ସଠିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ସେଠାକାର ଗ୍ରାମବାସୀ  ଦାବି ଜଣାଇଥିଲେ l କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରି ରାଖାଲ ସମଦାର ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।

ମଣିଭଦ୍ରା ଖବର, ରାଇଘର 

Post a Comment

أحدث أقدم
Header ADS