BREAKING
Loading...
:

ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,କଟକ ବିଜୟୀ

 ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,କଟକ ବିଜୟୀ

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ହାଇସ୍କୁଲ ପଡିଆରେ ରଘୁନାଥ ଜୀଉ କ୍ଳବ୍ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ ପରସ୍ପରକୁ ଭେଟିଥିଲେ ଆୟୋଜକ ବେଲପଡାପାଟଣା ବନାମ କଟକ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ମାତ୍ର ୧୫ ଓଭର ଖେଳ ଅନୁଷ୍ଠିତ ହୋଇଥିଲା । ବେଲପଡାପାଟଣା ଦଳ ପ୍ରଥମେ ବ୍ୟାଟିଂ କରି  ୮ ଉଇକେଟ ହରାଇ ୧୫ ଓଭରରେ ୧୪୮ ରନ୍ ସଂଗ୍ରହ କରିଥିଲେ । ଜବାବରେ କଟକ  ଦଳ ୧୧ ଓଭରରେ ୧ ଉଇକେଟ ହରାଇ  ୧୫୨ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଫଳରେ କଟକ ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । 

କଟକ ଦଳର ସୁଶାନ୍ତ କୁମାର ପଣ୍ଡାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ଏହି ମ୍ୟାଚ୍ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆସନ୍ତାକାଲିର ତୃତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ ଜଗତସିଂହପୁର ବନାମ କାଇପଦର, ଖୋର୍ଦ୍ଧା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS