BREAKING
Loading...
:

ରଥ ନିର୍ମାଣ ପାଇଁ ୩ ବର୍ଷ ହେବ ଚିହ୍ନଟ ହୋଇ ପଡ଼ିରହିଛି ଫାଶି ଗଛ,କାଟିବା ନାଁ ଗନ୍ଧ ଧରୁନି ବନବିଭାଗ

 ରଥ ନିର୍ମାଣ ପାଇଁ ୩ ବର୍ଷ ହେବ ଚିହ୍ନଟ ହୋଇ ପଡ଼ିରହିଛି ଫାଶି ଗଛ,କାଟିବା ନାଁ ଗନ୍ଧ ଧରୁନି ବନବିଭାଗ,ଭକ୍ତର ବିଶ୍ବାସ ଉପରେ କୁଠାରାଘାତ 

ଗଣିଆ( ମଣିଭଦ୍ରା ଖବର) ଓଡିଆର ମଉଡମଣି, ଭକ୍ତର ଭଗବାନ ଜଗତର ନାଥ ଜଗନ୍ନାଥଙ୍କ ରଥକାଠ ନିର୍ମାଣ ପାଇଁ ପ୍ରତିବର୍ଷ ଗଣିଆ ନିକଟସ୍ଥ ବଡମୂଳ ଠାରେ ଥିବା ମା ବଡରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା କରାଯାଇଥାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଲାଗି ରହିଛି । ପୂରୀ ଶ୍ରୀମନ୍ଦିରରୁ ଏକ ପ୍ରତିନିଧି ମଣ୍ଡଳୀ ଆଜ୍ଞାମାଳ ଧରି ମା ବଡରାଉଳଙ୍କ ପୀଠରେ ପହଞ୍ଚିବା ପରେ ରଥକାଠ ଅନୁକୂଳ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ପୂଜାର୍ଚ୍ଚନା ପରେ ଦଶପଲ୍ଲା ବନାଞ୍ଚଳରୁ କାଠ କଟାଯାଇ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ପଠାଯାଇଥାଏ । ନିଜ ବାଡିରୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଦାନ କରିବା ବଡ଼ ସୈାଭାଗ୍ୟ ବୋଲି ବିବେଚନା କରି ଲୋକେ କାଠ ଦାନ କରିଥାନ୍ତି । କିନ୍ତୁ ବଡ଼ ଦୁଃଖ ଏବଂ ପରିତାପର ବିଷୟ ରଥକାଠ ନିର୍ମାଣ ପାଇଁ ଗଣିଆ ବ୍ରାହ୍ମଣ ସାହିରେ ଗତ ୨୦୨୧ ମସିହା ଜାନୁଆରୀ ୧୨ ତାରିଖ ଦିନ   ଏକ ଫାଶି ଗଛ ଚିହ୍ନଟ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଟା ହୋଇପାରିନାହିଁ । 

ସେତେବେଳର ଡିଏଫ୍ଓ ଏଚଡି ଧନରାଜ,ଏସିଏଫ୍ ଅରବିନ୍ଦ ମହାନ୍ତି,ରେଞ୍ଜର ସୋନାଲି ସିଓଙ୍କ ସହିତ କିଛି ବନ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ସହିତ ମିଶି ଗଣିଆ ବ୍ରାହ୍ମଣ ସାହିର ମଳୟ କୁମାର ଦାଶଙ୍କ ବାଡ଼ିରେ ଥିବା ଫାଶି ଗଛ ପୂଜାର୍ଚ୍ଚନା କରିଥିଲେ । ନିଜ ବାଡିରୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଯିବା ଶୁଣି ଆନନ୍ଦିତ ହୋଇ ପଡିଥିଲେ ତାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ସାହିପଡିଶା । କିନ୍ତୁ ଭକ୍ତଟିର ଭକ୍ତି ଏବଂ ବିଶ୍ବାସ ଉପରେ କୁଠାରାଘାତ କରିଛି ବନବିଭାଗ । ୩ ବର୍ଷ ହେବ ଗଛ କଟାକୁ ଚାହିଁ ଚାହିଁ ରହିଥିବା ବେଳେ ବନବିଭାଗର ନିଦ ଭାଙ୍ଗୁନି । ଏପଟେ ରଥକାଠ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ମିଳୁନଥିବା ବେଳେ ଦାନ କରାଯାଇଥିବା କାଠ କଟା ହୋଇପାରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ତେବେ ନୟାଗଡ଼ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଗଛଟିକୁ କାଟିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS