BREAKING
Loading...
:

ଅଭିରାମ ଲେଙ୍କାଙ୍କ ବ୍ୟଙ୍ଗ କବିତା ପୁସ୍ତକ କବିତା ନା ଫବିତା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ*

 *ଅଭିରାମ ଲେଙ୍କାଙ୍କ ବ୍ୟଙ୍ଗ କବିତା ପୁସ୍ତକ କବିତା ନା ଫବିତା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ*

ରାଇଘର (ମାମନି ଚକ୍ରବର୍ତ୍ତୀ )ସ୍ଥାନୀୟ ତପନ କଲ୍ୟାଣ ମଣ୍ଡପ ଠାରେ ସନାତନ ସ୍ମୃତି ସାହିତ୍ୟ ଆନୁକୂଲ୍ୟରେ ଅଭିରାମ ଲେଙ୍କାଙ୍କ ବ୍ୟଙ୍ଗ କବିତା ପୁସ୍ତକ କବିତା ନା ଫବିତା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସଭାପତି ଭାବେ ମଂଚାସୀନ ହୋଇଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ ମୁଖ୍ୟ ଅତିଥି , ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ, ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରିତୀସ୍ନିଗ୍ଧା ମହାପାତ୍ର, ସମ୍ମାନୀତ ଅତିଥି ଭାବେ ପ୍ରେରଣା ସମ୍ପାଦକ ଟୁଟୁବାବୁ ପଟ୍ଟନାୟକ, ସମାଜସେବୀ ଶିକ୍ଷାବିତ ଲକ୍ଷ୍ମୀକାନ୍ତ ବାହିନୀପତି, ଶିକ୍ଷୟିତ୍ରୀ ମନୋରମା ମହାପାତ୍ର, ସମୀକ୍ଷକ ଭାବେ ଅଧ୍ୟାପକ ଗୋପାଳ ମହାରଣା ମଂଚାସୀନ ହୋଇ ଅଭିରାମ ଲେଙ୍କା ଓରଫ ଶ୍ରୀମାନ ଅଖାଡୁଆଙ୍କ ଉଚ୍ଚ ମାନର ବ୍ୟଙ୍ଗ ଲେଖାକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂ ଚନ୍ଦନା ମଲ୍ଲିକ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଶିକ୍ଷୟିତ୍ରୀ ସ୍ଵାଗତିକା ବାହିନୀପତି ଓ ଶିକ୍ଷକ ସଂଗ୍ରାମ ପରିଡା ସଂଯୋଜନା ତଥା ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସହସମ୍ପାଦକ ଧନଞ୍ଜୟ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ରାଇଘର 

Post a Comment

أحدث أقدم
Header ADS