ମହାନତା ଦେଖାଇଲେ ଯୁବ ସମାଜ ସେବୀ ରାଜେଶ
ନୟାଗଡ଼ (ରୀନା ସାହୁ) ନୟାଗଡ ଜିଲ୍ଲା ରଣପୁର ବ୍ଳକ କେରଣ୍ଡlଟାଙ୍ଗୀ ପଞ୍ଚାୟତ ର କେରଣ୍ଡlଟାଙ୍ଗୀ ଛକରେ ଦୀର୍ଘଦିନ ହେବ ରାଜସ୍ଥାନ ବାସିନ୍ଦା ରବୀନ୍ଦ୍ର ପାଲସିଂହ ଡାକ ନାମ(ପପୁ) ପଞ୍ଚାବନ ବର୍ଷ ଭାଡାଘରେ ଦୀର୍ଘଦିନ ହେବ ରହି ଆସୁ ଥିଲେ l ସେ ଜଣେ ମିସ୍ତ୍ରୀ ଭାବେ ନିଜର ଏକ ଗ୍ୟାରେଜ୍ କାମ କରି ନିଜର ଜୀବିକା ନିର୍ବାହ କରୁଥିଲେ l ପ୍ରତିଦିନ ଭଳି ରବୀନ୍ଦ୍ର ପାଲସିଂହ ନିଜ କାମ ଆରମ୍ଭ କରି ଥିଲେ l ହେଲେ ହଠାତ୍ ଦେହ ଅସୁସ୍ଥ ହେବାପରେ ସେଠାରେ ତାଙ୍କର ପ୍ରାଣବାୟୁ ଛାଡି ଚାଲି ଯାଇଥିଲା l
ପାଖରେ ଥିବା ଦୋକାନୀ ମାନେ ଦେଖିବାପରେ ତୁରନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ l ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରଗତୀ ମହାପାତ୍ର ଓ ସାମାଜସେବୀ ରାଜେଶ ମହାପାତ୍ର ଓ କିଛି ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ମୃତ୍ୟୁ ବରଣ କରିଥିବା ରବୀନ୍ଦ୍ର ପାଲସିଂହ ପରିବାରକୁ ଯୋଗାଯୋଗ କରିଥଲେ l କୌଣସି କାରଣ ବଶତଃ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା l
ମୃତ ଶରୀରକୁ ଅଧିକ ସମୟ ରଖିବା ସମ୍ଭବ ନଥିଲା ଶବଦାହ କରିବା ପାଇଁ ଆଗେଇ ଆସିଥିଲେ ରାଜେଶ ଓ କିଛି ସ୍ଥାନୀୟ ଯୁବକ ମାନେ l ଯାହାଫଳରେ ଶବସତ୍କାର ସ୍ଥାନୀୟ ମଶାଣିରେ ସମ୍ପୂର୍ଣ୍ଣ ହୋଇଥିଲା l
ଶବ ସଂସ୍କାର ନୀତି ଅନୁସାରେ ଦଶାହ କାର୍ଯ୍ୟ ହୋଇଥିଲା ଓ କର୍ତ୍ତା, ମଲା, ବ୍ରାହ୍ମଣ ଓ ବଜାର କମିଟି, ସହଯୋଗରେ ମହାପ୍ରସାଦ ଅଭଡା ଲୋକମାନଙ୍କୁ ଖାଇବାକୁ ଦିଆ ଯାଇଥିଲା ଓ ଦଶାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା l ନବଘନ ବାରିକ, ଭାଗୀରଥି ପାତାଳସିଂହ, ହୃଷୀକେଶ ପ୍ରଧାନ, ଉପେନ୍ଦ୍ର କୁମାର ପ୍ରଧାନ, ନରେଶ କୁମାର ପଲାଇ, ଅନିଲ୍ ପଲାଇ , ସୁନୀଲ ଓ ସ୍ଥାନୀୟ ବଜାର କମିଟି, ସ୍ଥାନୀୟ ଲୋକେ ସହଯୋଗ କରିଥିଲେ l ଏହି ଭଳି କାର୍ଯ୍ୟକରି ଅଞ୍ଚଳ ରେ ବେଶ ପ୍ରଶଂସିତ ହୋଇଛନ୍ତି ଯୁବ ସମାଜ ସେବୀ ରାଜେଶ ମହାପାତ୍ର ଓ ଆଗକୁ ଏହି କାର୍ଯ୍ୟ ଜାରି ରହିବ l ଯେଭଳି ଭାବରେ କୌଣସି ଲୋକଙ୍କର ଅସୁବିଧା ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବେବୋଲି ମତପ୍ରକାଶ କରିଛନ୍ତି l
ମଣିଭଦ୍ରା ଖବର, ନୟାଗଡ଼
إرسال تعليق