ମା ବଡରାଉଳଙ୍କ ପୀଠରେ ୧୭ ତାରିଖରେ ରଥକାଠ ଅନୁକୂଳ
ଗଣିଆ (ମଣିଭଦ୍ରା ଖବର) ମହାପ୍ରଭୁଙ୍କର ଘୋଷଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ୧୭ ତାରିଖରେ ଗଣିଆ ବ୍ଳକ ବଡମୂଳ ଠାରେ ଥିବା ମା ବଡରାଉଳଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜାର୍ଚ୍ଚନା କରାଯିବ । ପୁରୀରୁ ଏକ ପ୍ରତିନିଧି ମଣ୍ଡଳୀ ଆଜ୍ଞାମାଳ,ମାହାର୍ଦ ଆଣି ଏଠାରେ ପହଞ୍ଚିବା ପରେ ମା ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ମା ବଡରାଉଳଙ୍କ ପୂଜକ ପ୍ରଶନ୍ନ କୁମାର ଦାଶ ଏବଂ ଗଣକ ପ୍ରଫୁଲ୍ଲ କୁମାର ଦାଶ ଗଣନା କରି ୧୭ ତାରିଖ ଏବଂ ୨୪ ତାରିଖ ଦୁଇ ଦିନ ଶୁଭବେଳା ଥିବାରୁ ଏ ସମ୍ପର୍କରେ ବନବିଭାଗକୁ ପ୍ରସ୍ତାବ ଦେଇଥିଲେ । ବିଭାଗ ତରଫରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବା ପରେ ମନ୍ଦିର ପ୍ରଶାସନ ତରଫରୁ ୧୭ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق