ପାଚିକା ସହାୟିକାଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ସହାୟିକାଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୂପମା ମହାପାତ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା ଉପସ୍ଥିତ ଥିଲେ । ଗଣିଆ ବ୍ଳକର ବିଭିନ୍ନ ବିଦ୍ୟାଳୟର ୧୦୪ ଜଣ ପାଚିକା ସହାୟିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସୁଶାନ୍ତ କୁମାର ରଣା ଓ ସୁନିଲ କୁମାର ସାହୁ ପରିଚାଳନା କରିଥିଲେ । ପାଚିକା ମାନେ ସେମାନଙ୍କର ହାତଗଢା ବିଭିନ୍ନ ମିଷ୍ଟାନ୍ନ ଓ ଖାଦ୍ୟଦ୍ରବ୍ୟ ପରିବେଷଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment