BREAKING
Loading...
:

ଆସୁଛି ଆଉ ଏକ ବର୍ଷା

 ଆସୁଛି ଆଉ ଏକ ବର୍ଷା 

ଭୁବନେଶ୍ଵର (ମଣିଭଦ୍ରା ଖବର) ରାଜ୍ୟ ଚାଷୀକୂୂଳ ହତାଶ । ଦିନେ ଅନ୍ତରରେ ଦୁଇଥର ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି ପୁରା ଫସଲ । ଏନେଇ ଚାଷୀ ପାଣି ଜମିରେ ଉଜୁଡା ଫସଲକୁ ସାଉଣ୍ଟୁଥିବା ବେଳେ ପୁଣି ଏକ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ସୂଚନା ମୁତାବକ ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମାଝଡ ପ୍ରଭାବରେ ଏଭଳି ବର୍ଷାର ଆକଳନ କରାଯାଇଛି  । ୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS