ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ଆସିଲା ବଡ ଖବର
ଭୁବନେଶ୍ଵର (ମଣିଭଦ୍ରା ଖବର) ୨୦୨୭ ନଭେମ୍ବର ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରଖାଯାଇଛି । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କରାଯାଉଛି । ବିଭିନ୍ନ ସ୍ଥାନରୁ ୫୦-୬ ୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲାବୋରେଟରୀରେ କରାଯାଉଛି ମାଟି ପରୀକ୍ଷା । ଆଗାମୀ ୨ମାସ ମଧ୍ୟରେ ସରିବ ମାଟି ପରୀକ୍ଷା । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ । ତ୍ରିଶୁଳିଆ ଫୁଲପୋଖରି ରତାଗଡ଼ ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି। ତେବେ ଭୂମୀଠାରୁ ୧୩ମିଟର ଉଚ୍ଚରେ ଚାଲିବ ମେଟ୍ରୋ ଟ୍ରେନ୍ । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ମଟ୍ରୋ ରେଳ କର୍ପୋରେସନ୍ କର୍ତ୍ତୃପକ୍ଷ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق