🪴 ହିଲ୍ ପାଟଣା ସ୍ଥିତ ବିଜୁପଟ୍ଟନାୟକ ସଂସ୍କୃତି ଭବନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
(ମଣିଭଦ୍ରା ଖବର) ହିଲପାଟନା ରୋଡ୍ ସ୍ଥିତ ଶ୍ରୀ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ସାନ ଆଣ୍ଡ ନୀଲ ଫାଉଣ୍ଡେସନ ବ୍ରହ୍ମପୁର ଏବଂ ଶଙ୍କର ଚକ୍ଷୁ ହସ୍ପିଟାଲ ହିଞ୍ଜିଲିକଟୁ ସହଯୋଗରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଡକ୍ଟର ଭଗବାନ୍ ଗନ୍ତାୟତ, ଅଧ୍ୟକ୍ଷ ଏସଏମଇଟି ଶିକ୍ଷାନୁଷ୍ଠାନ ତଥା ସାନ &ନୀଲ ଫୋୖଂଡେସନ ସଭାପତି ଶ୍ରୀ ପି. ଧର୍ମା ରାଓ, ଡ. K କିଶାନ କୁମାର ସାହୁ ଜ୍ୟୋତି ପ୍ରଜ୍ୱଳନ କରି ଶିବିର ଶୁଭାରମ୍ଭ କରିଥିଲେ, ସମ୍ପାଦକ ଶ୍ରୀ ପି ଦୀନେଶ କୁମାର, ଉପ ସଭାପତି ଶ୍ରୀ ଚିଟି ବାବୁ, ଉପଦେଷ୍ଟା ଶ୍ରୀ ଗଣେଶ ପାତ୍ର , ଡକ୍ଟର ସୁରେଶ ଚନ୍ଦ୍ର ମିଶ୍ର, ହୃଦରୋଗ ବିଶେଷଜ୍ଞ, ଡାକ୍ତର କିଷାନ କୁମାରସାହୁ, ଫିଜିଓଥେରାପିଷ୍ଟ, ଡକ୍ଟର ସଙ୍କର୍ଷଣ ପାତ୍ର। ଅର୍ଥୋପେଡିକ୍ ବିଶେଷଜ୍ଞ, କ୍ୟାମ୍ପ ମ୍ୟାନେଜର ଶ୍ରୀ ନଳିନୀକାନ୍ତ ରାଉତ, ମୁଖ୍ୟ ଅପ୍ଟୋମେଟ୍ରିଷ୍ଟ ଦୀପକ କୁମାର ଦାସ, ଚକ୍ଷୁ ଟେକ୍ନିସିଆନ ବିଶେଷଜ୍ଞ ରିତିକ, ନନ୍ଦିନୀ ମହାରଣା, ନ୍ୟୁରୋପାଥି ଟେକ୍ନିସିଆନ ଟୁକୁନା ସାହୁ ଏବଂ କସ୍ତୁରବା ନର୍ସିଂ କଲେଜର ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଚକ୍ଷୁ ପରୀକ୍ଷା 75 ଜଣଙ୍କୁ, ECG ପରୀକ୍ଷା 21 ଜଣଙ୍କୁ , ଫିଜିଓଥେରାପି ପରୀକ୍ଷା 35 ଜଣଙ୍କୁ,ରକ୍ତ ଶର୍କରା ଏବଂ ରକ୍ତଚାପ ପରୀକ୍ଷା 95 ଜଣଙ୍କୁ ମାଗଣାରେ ପରୀକ୍ଷା କରାଗଲା ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ 12 ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ନିଆଯାଇଥିଲା। ସମସ୍ତ ପ୍ରକାର ଆଖି ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ବିନାମୂଲ୍ୟରେ କରାଯାଇଥିଲା | ସମୁଦାୟ 15 ଜଣଙ୍କୁ ହାଲୁକା ଚଷମା ଦିଆଯାଇଥିଲା ଏବଂ 14 ଜଣଙ୍କୁ ରେଟିନା ପରୀକ୍ଷା କରାଯାଇଥିଲା।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق