BREAKING
Loading...
:

ସାମ୍ବାଦିକ ଙ୍କୁ ଏକତାର ସୁତ୍ର ରେ ବାନ୍ଧିଲା ଭଏସ୍ ଓଫ୍ ମିଡିଆ ଓ ଦୈନିକଆଶା

 ସାମ୍ବାଦିକ ଙ୍କୁ ଏକତାର ସୁତ୍ର ରେ ବାନ୍ଧିଲା ଭଏସ୍ ଓଫ୍ ମିଡିଆ ଓ ଦୈନିକଆଶା


ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ରେଭିନିଉ ଆ ବି ଠାରେ ଭଏସ୍ ଓଫ୍ ମିଡିଆ ଓ ଦୈନିକଆଶା ତରଫରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଅଛି । ଏହି ସଭାରେ ବରିଷ୍ଠ ସାମ୍ବାଦିକ ରାମ ପ୍ରସାଦ ସାମଲ ସଭାପତିତ୍ବ ଗ୍ରହଣ କରିଥିଲେ ଏବଂ ସମ୍ପାଦନା ବିଭାଗ ରେ ବରିଷ୍ଟ  ସାମ୍ବାଦିକ ପ୍ରଦିପ କୁମାର ନାହାକ ସେ   ସେବା ସହ ଜନତାର ସ୍ବର ପାଲଟୁ ସାମ୍ବାଦିକତା ଉପରେ ଆଲୋଚନା କରିଥିଲେ ଏବଂ କୋଷାଧ୍ୟକ୍ଷ ବିଭାଗ ତୁଲାଇ ଥିଲେ ବରିଷ୍ଠ ସାମ୍ବାଦିକ ସୁଦର୍ଶନ ପରିଡା ତତ୍ ସହିତ ସହ ସଭାପତି ଡ଼ା. ନୃସିଂହ ପ୍ରସାଦ ପାଢି ଏବଂ ସହ ସମ୍ପାଦକ ସୁବ୍ରତ ପୁଜାରି ଉପସ୍ଥିତ ଥିଲେ । ସକାଳ ୧୦ ଘଣ୍ଟା ସମୟରେ ପ୍ରଦିପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଏହି ସଭାରେ ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଥିଲେ । ଏଥିରେ ମୁଖ୍ଯ ବକ୍ତା ଥିଲେ ପ୍ରଭାତ ମିଶ୍ର  ରାଜ୍ଯ ସଭାପତି ଭଏସ୍ ଓଫ୍ ମିଡିଆ  ସେ ସାମ୍ବାଦିକ ମାନଙ୍କର ଅସୁବିଧା କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଗଣମାଧ୍ୟମକୁ କିଛି ଖଳ ପ୍ରକୃତିର ଲୋକ ରସା ତଳକୁ ନେଇ କେଉଁ ଭଳି ସାମ୍ବାଦିକ ମାନଙ୍କୁ ହଇରାଣ କରୁଛନ୍ତି ତା ଉପରେ ଆଲୋଚନା କରିଥିଲେ । ସଭାରେ ଉପସ୍ଥିତ ଥିଲେ ଟି ବାଲାଜୀ ପାତ୍ର  ରାଜ୍ଯ ଉପ ସଭାପତି , ସୁକାନ୍ତ କୁମାର ପରିଡା , ପ୍ରଦିପ ସେଠି, କାଳନ୍ଦି ଚରଣ ବ୍ରହ୍ମା,ସମସ୍ତେ ଉପସ୍ଥିତ ଥିଲେ । ସନମାନନିୟ ଅତିଥି ଥିଲେ ଭଗବାନ ଗନ୍ତାୟତ ଚେୟାରମ୍ୟାନ s m i t , ପ୍ରମୋଦ ପଣ୍ଡା ସମ୍ପାଦକ ଦୈନିକଆଶା , ସୋନାଲି ଗନ୍ତାୟତ MJMC dept Director SMIT , ସୁଶାନ୍ତ ସାବତ ଅଧକ୍ଷ (ମହାନ ସଂଘ ), ଅନିଲ ପାତ୍ର, ସଭାପତି, ନାଟକ ସମାରୋହ ସମିତି ଗଞ୍ଜାମ । ସାମ୍ବାଦିକ ଜଗତର ବାଦଶାହ କୁହାଯାଉଥିବା ଅତି ଆପଣାର ମଣିଷ ବରିଷ୍ଠ  ସାମ୍ବାଦିକ ଗୋପାଳ ପଟ୍ଟନାୟକ ସଭାରେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁ ଏବଂ ନାରାୟଣ ମହାଙ୍କୁଡ ଉପସ୍ଥିତ ଥିଲେ । ସଭା କାର୍ଯ୍ୟରେ ସହଯୋଗ କରିଥିଲେ କୈଳାସ ପାଣିଗ୍ରାହୀ , ପ୍ରମୋଦ ସାହୁ , ଅଭିରାମ ପାତ୍ର ଓ ପ୍ରସାଦ  କାମଲି । ଦିନ  ୨ ଟାରେ  ସଭା କାର୍ଯ୍ୟ ସମାପ୍ତ ହେଲା ଓ ଧନ୍ୟବାଦ ଅର୍ପଣ କଲେ ଭଏସ୍ ଓଫ୍ ମିଡିଆ ର କୋଷାଧ୍ୟକ୍ଷ ସୁଦର୍ଶନ ପରିଡା । ପରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS