ସାମ୍ବାଦିକ ମୁରଲିଧର ପାଣିଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ସୋମବାର ଦଶପଲ୍ଲା ରେ ସାମ୍ବାଦିକ ମୁରଲି ଧର ପାଣି ଙ୍କ ୪ ର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଉପସଭାପତି ତଥା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ପାଠାଗାର ମହାସଂଘ ର ସଭାପତି ତଥା ପରିବେଶ ବିତ ପ୍ରଶନ୍ନ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ବରିଷ୍ଠ ଖବରଦାତା ଡ଼ ପ୍ରଫୁଲ୍ଲ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଯୋଗଦାନ କରି ଖଵର ଦାତା ସ୍ବର୍ଗତ ମୁରଲିଧର ପାଣିଙ୍କ ଭଲ ପାଇବା,ଆଦର୍ଶ ଏବଂ ଖବରଦାତା ସମୟରେ କାର୍ଯ୍ୟଵଳୀ ଉପରେ ଉଦବୋଧନ ଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୋପିନାଥ ସାହୁ, ଡାକ୍ତର ଅନ୍ତର୍ଯ୍ୟାମୀ ଭୁୟାଁ, ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ପରିଡା, ଶିକ୍ଷକ ଗଂଗା ଧର ପ୍ରଧାନ, ଶିକ୍ଷୟିତ୍ରୀ ସୁପ୍ରିୟା ଶ୍ରୀ ଚନ୍ଦନ, ମୁରଲିଧର ମହାରଣା,, ବିରଂଚି ନାରାୟଣ କର ଏବଂ ବରିଷ୍ଠ କଵି ରବିନ୍ଦ୍ର ନାଥ ମିଶ୍ର,ସମେତ ବକ୍ତା ଉଦବୋଧନ ଦେଇଥିଲେ, ସ୍ବର୍ଗତ ପାଣି ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବହୁ ବକ୍ତା ମତ ପ୍ରକାଶ କରିଥିଲେ । ଏଥି ସହ ଵହୁକଵି କବିତା ପାଠ କରିଥିଲେ । ପରିଶେଷରେ ଅନୁଷ୍ଠାନ ର ସଂପାଦକ ପ୍ରକାଶ କୁମାର ପାଣି ଧନ୍ୟବାଦ ଦେଇଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق