*ଚାରୁଡ଼ିହି ଗ୍ରାମର ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ପେନସନ*
ରାଇଘର (ମାମନି ଚକ୍ରବର୍ତ୍ତୀ) ସରକାର ମଧୁବାବୁ ପେନସନ ଯୋଜନା ବୃଦ୍ଧାବୃଦ୍ଧ ମାନଙ୍କ ନିମନ୍ତେ କରିଥିବା ବେଳେ ପଂଚାୟତ ଅଧିକାରୀ ବ୍ଲକ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ଏହି ପେନସନ ଯୋଜନା ରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀ ତତ୍ପରତା ଦେଖେଇଥିଲେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନା ରେ ସାମିଲ ହୋଇ ପେନସନ ଟିଏ ପାଇଁ ପାରନ୍ତେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଗଞ୍ଜାପାରା ପଂଚାୟତ ର ଚାରୁଡ଼ିହି ଗ୍ରାମର ଯୋଗ୍ୟ ହିତାଧିକାରୀ ଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା ସୂଚନା ଅନୁଯାଇ ଚାରୁଡ଼ିହି ଗ୍ରାମର ରାମଦେବ ଗଣ୍ଡ ବୟସ ବୟସ ୮0 ବର୍ଷ, ମେସୁରାମ ଗଣ୍ଡ ବୟସ ୭୫ ବର୍ଷ, ଚମ୍ପାବାଇ ଗଣ୍ଡ ବୟସ ୬୧ ବର୍ଷ, ଚେତମନ ଗଣ୍ଡ ବୟସ ୬୨ ବର୍ଷ, ଜୟଦୁରାମ ଗଣ୍ଡ ବୟସ ୬0 ବର୍ଷ ଏବଂ ନାଉଲି ଗଣ୍ଡ ବୟସ ୬୪ ବର୍ଷ ଏହି ଯୋଗ୍ୟ ହିତାଧିକାରୀ ଙ୍କୁ ଆଜିପର୍ଯ୍ୟନ୍ତ ବାର୍ଦ୍ଧକ୍ୟଭତ୍ତା ରୁ ବଞ୍ଚିତ, ସମସ୍ତ ହିତାଧିକାରୀ ଅନଲାଇନ ରେ ଆବେଦନ କରିବା ସହ ଭତ୍ତା ଟିକେ ପାଇଁ ବ୍ଲକ କାର୍ଯ୍ୟାଳୟ ଠୁ ଆରମ୍ଭ କରି ପଂଚାୟତ କାର୍ଯ୍ୟଳୟ ରେ ଲେଖିଦେବା ସହ ବଡ଼ ବଡ଼ ସରକାରୀ ବାବୁ ଙ୍କୁ ଗୁହାରି କରିଛନ୍ତି କିନ୍ତୁ ସେମାନଙ୍କ ଦୁଃଖ କିଏ ଶୁଣିନାହାନ୍ତି ଏଣୁ ବ୍ଲକ ପ୍ରଶାସନ ଯଥାଶୀଘ୍ର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ରେ ସାମିଲ କଲେ ସମସ୍ତ ହିତାଧିକାରୀ ଉପକୃତ ହେଇଥାନ୍ତେ ବୋଲି ଗ୍ରାମବାସୀ କହିଛନ୍ତିି ।
ମଣିଭଦ୍ରା ଖବର, ରାଇଘର
ନ୍ତି
إرسال تعليق