ନୂଆଦିଲ୍ଲୀ,୨।୧୧: କ'ଣ ଆପଣଙ୍କୁ ଏହି ଅକ୍ଟୋବର ମାସରେ ଗରମ ଲାଗୁଛି ? ଯଦି ଏଭଳି ଲାଗୁଛି କିଛି ଭୁଲ ନୁହେଁ। କାରଣ ଚଳିତ ବର୍ଷ ଅକ୍ଟୋବର ଦେଶରେ ସବୁଠାରୁ ଗରମ ଅକ୍ଟୋବର ମାସ ଭାବରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ପୂର୍ବରୁ ୧୯୫୧ ରେ ଏଭଳି ହୋଇଥିଲା ଯେତେବେଳେ ଅକ୍ଟୋବର ମାସରେ ଏତେ ଗରମ ପଡିଥିଲା।
ଚଳିତ ବର୍ଷ ମଧ୍ୟ ଭାରତ(ମଧ୍ୟ ପ୍ରଦେଶ, ମହାରାଷ୍ଟ୍ରର କିଛି ଅଂଶ ଓ ଛତିଶଗଡ)ରେ ତାପମାତ୍ରା ସବୁଠାରୁ ଅଧିକ ରହିଛି। ସେଭଳି ଉତ୍ତର ପଶ୍ଚିମ ଭାରତ, ଦିଲ୍ଲୀ ଏନ୍ସିଆରେ ୧୯୦୧ ପରେ ଏହା ଦ୍ବିତୀୟ ସବୁଠାରୁ ଅଧିକ ଗରମ ମାସ। ନଭେମ୍ବରରେ ମଧ୍ୟ ଗରମରୁ ମୁକ୍ତି ମିଳିବାର ନାହିଁ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବରର ପ୍ରଥମ ଦୁଇ ସପ୍ତାହରେ ଦେଶର ବିଭିନ୍ନ ଭାଗରେ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ। ତେବେ ଦ୍ବିତୀୟ ସପ୍ତାହରେ ତାପମାତ୍ରା ଅଳ୍ପ ହ୍ରାସ ପାଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭମ୍ବେର ଶେଷରେ ତାପମାତ୍ରା ଠିକ୍ ଠାକ୍ ଭବରେ ତଳକୁ ଖସିବାର ସମ୍ଭା ରହିଛି। ଚଳିତ ବର୍ଷ ଅକ୍ଟୋବରରେ ଏତେ ଗରମ କାହିଁକି ପଡିଛି ? ଏହାର ଉତ୍ତରରେ ଆଇଏମ୍ଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହା ପଛର କାରଣ ହେଉଛି ୪ଟି ଲୋ ପ୍ରେସର ସିଷ୍ଟମ, ସମର ମନସୁନ୍ ବିଳମ୍ବରେ ଯିବା । ନଭେମ୍ବରକୁ ନେଇ ସେ କହିଛନ୍ତି ଅଧିକାଂଶ ତାପମାତ୍ରା ସ୍ବାଭାବିକଠାରୁ ଅଳ୍ପ ଉପରେ ରହିବ, ଯେଉଁ କାରଣରୁ ଉତ୍ତର-ପୂର୍ବ, ପୂର୍ବ ମଧ୍ୟ ଓ ଉତ୍ତର ପଶ୍ଚିମ ଭାଗର କିଛି ଅଂଶରେ ଗରମ ରହିବ। ସେଭଳି ପଶ୍ଚିମ ମଧ୍ୟ ଭାରତ ଓ ଉତ୍ତର ପଶ୍ଚିମ ଭାରତର କିଛି ଅଂଶରେ ଗରମ ରହିବ। ସେଭଳି ପଶ୍ଚିମ ମଧ୍ୟ ଭାରତ ଓ ଉତ୍ତର ପଶ୍ଚିମ ଭାରତକୁ ଯୋଡୁଥିବା ଅଞ୍ଚଳରେ ଦିନରେ ସ୍ବାଭାବିକଠାରୁ କମ୍ ତାପମାତ୍ରା ରହିପାରେ।ଦେଶରେ ଚଳିତ ବର୍ଷ ଥଣ୍ଡା କିଭଳି ରହିବ, ଏହାକୁ ନେଇ ପାଣିପାଗ ବିଭାଗ ଭବିଷ୍ୟବାଣୀ କରିବାର ସ୍ଥିତିରେ ନାହିଁ। ଏହାର କାରଣ ହେଉଛି ଏପର୍ଯ୍ୟନ୍ତ ଲା ଲିନା ହୋଇପାରେ। ଲା ଲିନା ହେବାପରେ ଚଳିତ ବର୍ଷ ପଡିବାକୁ ଥିବା ଥଣ୍ଡା ଠିକ୍ ଭାବରେ ଅନୁମାନ କରାଯାଇପାରେ। ଆଇଏମ୍ଡି ମୁଖ୍ୟ କହିଛନ୍ତି, ସବୁ ପ୍ରମୁଖ ଗ୍ଲୋବାଲ ମଡେଲ ନଭେମ୍ବରରୁ ଡିସେମ୍ବରରେ ଲା ଲିନା ହେବାର ସଙ୍କେତ ଦେଇଥିଲା। କିନ୍ତୁ ଯଦି ଏଭଳି ନହୁଏ ତେବେ ଆମକୁ ଏବେ ପୁଣିଥରେ ଲାଟେଷ୍ଟ ଗ୍ଲୋବାଲ ମଡେଲର ଅପେକ୍ଷା କରିବାକୁ ହେବ। ସେତେବେଳେ ଆମେ କହିପାରିବୁ ଚଳିତ ବର୍ଷ ଦେଶରେ କେତେ ଓ କେବେ ଶୀତ ପଡିବ। ନଭେମ୍ବର ଓ ଡିସେମ୍ବରରେ ଲା ଲିନା ହେବାର ଅନୁମାନ ହେଉଛି। ଯଦି ଏଭଳି ହୁଏ ତେବେ ଡିସେମ୍ବରରୁ ଫେବୃଆରୀ ପଯ୍ୟନ୍ତ ପ୍ରବଳ ଶୀତ ସହିବାକୁ ପଡିବ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment