ଇନ୍ଦ୍ରାଖି ଅଞ୍ଚଳ କୁ ପୁଣି ଫେରିଲା ବିଷାକ୍ତ ଦେଶୀ ମଦ
ରଙ୍ଗେଈଲୁଣ୍ଡା (ମଣିଭଦ୍ରା ଖବର) ଚିକିଟି ମାଉନ୍ଦପୁର ମଦ ମୃତ୍ୟୁ ଘଟଣା ପରେ ପ୍ରଶାସନ ଏବଂ ଅବକାରୀ ବିଭାଗ ବେଶ ସଫଳତା ର ସହ ମୁକାବିଲା କରିବା ସହ ବେଆଇନ ଦେଶୀ ଏବଂ ବିଦେଶୀ ମଦ ଉପରେ ଜୋରଦାର ଚଡାଉ କରି ଏହାକୁ ରୋକିବାରେ ପ୍ରାୟ ସଫଳ ହୋଇ ଥିଲେ ଏବଂ ଗୋଲନ୍ଥରା ଅଞ୍ଚଳ ରେ ମଧ୍ୟ ଚଡାଉ କୁ ଜୋରଦାର କରାଯିବା ସହ ଚୋରା ବେପାରୀ ମାନେ ବେପାର ବନ୍ଦ କରି ଦେଇଥିଲେ!ମାତ୍ର ତୁ ଯେତେ ମାଠିବୁ ମାଠେ ମୁଁ ସେହି ଦର ପୋଡା କାଠେ ନ୍ୟାୟ ରେ ଇନ୍ଦ୍ରାଖି ଗ୍ରାମରେ ପୁଣି ଚୋରା ବିଷାକ୍ତ ଦେଶୀ ମଦ ରନ୍ଧା ହୋଇ ମେଣ୍ଡରାଜପୁର ଛକ, ଢ଼େପନ ପଡା ହାଡ଼ି ସାହି ବିଷାକ୍ତ ଦେଶୀ ମଦ ଚାଲାଣ କରାଯାଉଛି!ଫଳରେ ଉକ୍ତ ଦୁଇ ସ୍ଥାନରେ ପୁଣି ମାଉନ୍ଦପୁର ଭଳି ଘଟଣା ନ ଘଟିବ କି କହିପାରିବ? ଇନ୍ଦ୍ରାଖି ଗ୍ରାମର ପାଞ୍ଚ ରୁ ଛ ଜଣ ଚୋରା ମଦ ବେପାରୀ ଏହା ରାନ୍ଧୁ ଥିବା ଅଞ୍ଚଳ ରେ ଚର୍ଚ୍ଚା ହେବାରେ ଲାଗିଛି!ଦିଶେଷ କରି ମେଣ୍ଡାରାଜପୁର ଛକ ଏବଂ ଢ଼େପନୁଆ ପଡା ହାଡ଼ି ସାହି ରେ ଅବକାରୀ ବିଭାଗ ର ଜୋରଦାର ଚଡାଉ ହୁଅନ୍ତା ତେବେ ଦେଶୀ ସହ ହାତ ତିଆରି ବିଦେଶୀ ମଦ ମଧ୍ୟ ବହୁ ପରିମାଣରେ ଜବତ ହୁଅନ୍ତା ବୋଲି ଅଞ୍ଚଳ ର କିଛି ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ଦାବୀ କରିଛନ୍ତି!
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment