BREAKING
Loading...
:

ମାଆ ସାଜିଲା ସଇତାନ : ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

 *ମାଆ ସାଜିଲା ସଇତାନ : ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ 

 ରାଜଧାନୀରେ ନାରକୀୟ କାଣ୍ଡ

ଭୁବନେଶ୍ଵର (ମଣିଭଦ୍ରା ଖବର) ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ। ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ ।*


*ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା ।  ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ ।  ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ । ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିଲେ ପିଲା ।*


 *ଆଉ ଏହାକୁ ନେଇ ପିଲାଙ୍କ ପାଇଁ ନିର୍ଦୟୀ ପାଲଟି ଯାଇଥିଲା ଜନ୍ମଦାତ୍ରୀ । ଭୁବନେଶ୍ବର ମୈତ୍ରୀ ବିହାର ଥାନା ମୈତ୍ରୀ ବିହାର ଥାନା ମହାବୀର ନଗର ବସ୍ତି ଅଞ୍ଚଳରୁ ଆସିଛି ଏଭଳି ଛାତିକୁ ଥରାଇ ଦେଲାଭଳି ଖବର। ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ସମ୍ପର୍କ ।  ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା । ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ  ।*


*କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ ।  ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି । ଏହାସହ ମାଆକୁ ଅଟକ ରଖି ଜେରା କରୁଛି। ସେପଟେ ପ୍ରେମିକକୁ ଧରିବା ପାଇଁ ଚଢାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୋଲିସ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS