BREAKING
Loading...
:

ଗଞ୍ଜାମ ବିଜେପିରେ ଫାଟ

 ଗଞ୍ଜାମ ବିଜେପିରେ ଫାଟ

ଭୁବନେଶ୍ଵର (ମଣିଭଦ୍ରା ଖବର) କିଛିଦିନ ହେଲା ଚର୍ଚ୍ଚା ହେଉଥିବା ବେଳେ ଆଜି ଦେଖିବାକୁ ମିଳିଛି। ଗୋପାଳପୁର ବେଳାଭୂମିରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଅନୁପସ୍ଥିତ।  ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ବି ଆସିନାହାନ୍ତି। ଜିଲ୍ଲାର ଅନ୍ୟ ବିଧାୟକ ଓ ସାଂସଦଙ୍କୁ ଉତ୍ସବରେ ଦେଖିବାକୁ ମିଳିଥିଲା ଅଥଚ ଦୀର୍ଘବର୍ଷ ଧରି ଗୋପାଳପୁରରେ ବିଧାୟକ ଥିବା ପ୍ରଦୀପ ପାଣିଗ୍ରାହୀ ଆଜି ଗୋପାଳପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ନଦେବା ସହଜରେ ହଜମ କରି ହେଉନି। ସେପଟେ ବ୍ରହ୍ମପୁର ବିଧାୟକ ବି ବୋଇତ ବନ୍ଦାଣ ଉତ୍ସବରେ ଯୋଗ ନଦେବା ପଛରେ ଅସନ୍ତୋଷ ବୋଲି କୁହାଯାଉଛି। ଡ ପାଣିଗ୍ରାହୀ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଲଢ଼ୁଥିବା ବେଳେ ବିଜେପିରୁ ବିଭୁତି ଭୁଷଣ ଜେନା ଲଢ଼ୁଥିଲେ। ଉଭୟଙ୍କ ଭିତରେ ରାଜନୀତିକ ଆକ୍ରୋଶ ଲାଗିରହିଥିବା। ଚଳିତ ନିର୍ବାଚନରେ ଉଭୟେ ଗୋଟିଏ ଦଳରୁ ଲଢି ବିଧାୟକ ଓ ସାଂସଦ ହୋଇଛନ୍ତି। ଦଳ ଗୋଟିଏ ହେଲେ ବି ପୂର୍ବ କଥାକୁ କେହି ଭୂଲିପରୁନାହାନ୍ତି। ଯାହାଫଳରେ ଉଭୟଙ୍କୁ ଗୋଟିଏ ମଞ୍ଚରେ କ୍ଵଚିତ ଦେଖିବାକୁ ମିଳୁଛି। ବ୍ରହ୍ମପୁର ବିଧାୟକ ସାଂସଦଙ୍କ ଖାସ ହୋଇଥିବାରୁ ତାଙ୍କୁ ମଧ୍ୟ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଛି। ସାଧାରଣ ଲୋକ ବି ଏକାସାଙ୍ଗରେ ଉଭୟଙ୍କୁ ନିମନ୍ତ୍ରଣ କରୁନଥିବା ଆଲୋଚନା ହେଉଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS