BREAKING
Loading...
:

ସଂକ୍ରାନ୍ତି ପାଇଁ ମାଡ଼ ଖାଇଲା ଛାଡଖାଇ: ରବିବାରକୁ ଘୁଞ୍ଚିଲା ଆମିଷ ଖିଆ, ଦିନକ ଆଗରୁ ଦିଆସରିଲାଣି ଅର୍ଡର...

 

ସଂକ୍ରାନ୍ତି ପାଇଁ ମାଡ଼ ଖାଇଲା ଛାଡଖାଇ: ରବିବାରକୁ ଘୁଞ୍ଚିଲା ଆମିଷ ଖିଆ, ଦିନକ ଆଗରୁ ଦିଆସରିଲାଣି ଅର୍ଡର...

କାହାର ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା ତ  କିଏ ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ। ଟାକି ବସିଥିଲେ ଛାଡ଼ ଖାଇକୁ । ପୂର୍ଣ୍ଣିମା ବାସି ଆଜି  ଶନିବାର ପଡ଼ିଥାନ୍ତା ଛାଡ଼ଖାଇ । ନିର୍ଘାତ ଆଇଁଷ ଖାଇଥାନ୍ତେ । ହେଲେ ପାଗଯୋଗ ବିଗିଡ଼ିଗଲା । ଆଜି ଶନିବାର ସଂକ୍ରାନ୍ତି ଥିବାରୁ ରବିବାରକୁ ଘୁଞ୍ଚିଗଲା ଛାଡ଼ଖାଇ ।


ଅର୍ଥାତ ଆଇଁଷ ଖାଇବାକୁ ଆହୁରି ୨୪ଘଣ୍ଟାର ଯନ୍ତ୍ରଣା ଭୋଗିବାକୁ ହେବ । ଏପଟେ ଆଇଁଷ ବେପାରୀଙ୍କୁ ବି ଗୋଟିଏ ଦିନ ପେକ୍ଷା କରିବାକୁ ପଡ଼ିବ । କିଏ ମାଛ ପାଇଁ ବଇନା ଦେଇସାରିଛି ତ କିଏ ଖାସି କିଣିଆଣି ଘରେ ରଖିଛି । ତ ଆଉ କିଏ ଚିକେନ ଭାଡ଼ି ସଜେଇ କରି ଥୋଇଛି । ତେଣୁ ୨୪ଘଣ୍ଟାର କାଉଣ୍ଟଡାଉନ୍ ଆରମ୍ଭ କରିଛନ୍ତି ବିକିଲା ବାଲା ଓ ଖାଇଲା ବାଲା । ଏସବୁ ମଧ୍ୟରେ କିନ୍ତୁ କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS