BREAKING
Loading...
:

ସାଧୁସନ୍ଥଙ୍କ ତରଫରୁ ବୁଲିଲା ଚେତନା ରଥ

 ସାଧୁସନ୍ଥଙ୍କ ତରଫରୁ ବୁଲିଲା ଚେତନା ରଥ

ଗଣିଆ (ମଣିଭଦ୍ରା ଖବର) ଗଣିଆ ର୍ ଇଷ୍ଟ ଦେବୀ ମା କଳାପାଟ ଙ୍କ ପିଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମହାପୁରୁଷ ରାମ ଦାସ ଙ୍କ ର ଜନ୍ମ ତିଥିରେ ୩୨ ତମ ବିଶ୍ଵଶାନ୍ତି ମହାଯଜ୍ଞ ଡିସେମ୍ବର୍ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସାଧୁ ସନ୍ଥ ସମ୍ମିଳନୀ ତରଫରୁ ମାଙ୍କ ପୀଠରୁ ଏକ୍ ଚେତନା ରଥ ବାହାରି ଗଣିଆ ବ୍ଳକ ର୍ ପ୍ରତି ଗ୍ରାମ କୁ ଯାଇ ସନାତନ ଧର୍ମର ବାଣୀ ପ୍ରଚାର ପ୍ରସାର କରିବେ  । ମାଆଙ୍କ ଦେହୁରୀ ସନାତନ ନାୟକ ଚେତନା ରଥକୁ ଧୂପ ଦୀପ ଦେଇ ପୂଜା ଅର୍ଚନା କରି ସାରିଲା ପରେ ରାମ ଦାସଙ୍କ ପଟ ଶିଷ୍ୟ ଭକ୍ତ ସେବକ ଲଲିତ ଦାସ, ସାଧୁ ଯୋଗୀ ଦାସ, ସାଧୁ ମାନଗୋବିନ୍ଦ ଦାସ , କୁଳମଣି ଦାସ ପ୍ରଭୁତି ସାଧୁ ମାନେ ପରିକ୍ରମାରେ ସହଯୋଗ କରିଥିଲେ ।  ଏହି ଚେତନା ରଥ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ପରିକ୍ରମା ହେବ ବୋଲି ସାଧୁ ସନ୍ଥ ମାନଙ୍କ୍ ଠାରୁ ପ୍ରକାଶ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS