BREAKING
Loading...
:

ସିଡିପିଓଙ୍କୁ ଗିରଫ କଲା ଭିଜିଲାନ୍ସ,ଦରମା କରାଇଦେବା ପାଇଁ ଅଙ୍ଗନୱାଡି ସହାୟିକଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ

 ସିଡିପିଓଙ୍କୁ ଗିରଫ କଲା ଭିଜିଲାନ୍ସ,ଦରମା କରାଇଦେବା ପାଇଁ ଅଙ୍ଗନୱାଡି ସହାୟିକଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭୁବନେଶ୍ଵର (ମଣିଭଦ୍ରା ଖବର) ଦୀର୍ଘ ବର୍ଷ ଧରି ଗୋଟିଏ ଅଫିସରେ ରହି ମାସକୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଟକାଂ ଆଦାୟ କରୁଥିଲେ। ଦୀର୍ଘ ୮ ବର୍ଷ ଧରି ବେଆଇନ ଭାବେ ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀ ଶେଷରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବୁଧବାର ପୂର୍ବାହ୍ନରେ ବେଗୁନିଆପଡ଼ା ବ୍ଳକ ପରିସରରେ ଥିବା ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ଅଭିଯୋଗ ଅନୁଯାୟୀ ବେଗୁନିଆପଡ଼ା ବ୍ଳକ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡା ଅଙ୍ଗନୱାଡି ସହାୟିକଙ୍କ ୧୮ ମାସର ବକେୟା ଦରମା ପ୍ରଦାନ କରିବା ପାଇଁ ମ୍ଯାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଅଭିଯୋଗକାରୀଣୀ ସହାୟିକା ତ୍ରିବେଣୀ ବେହେରା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ରେଡ୍ କରିବାକୁ ପ୍ରସ୍ତୁତି ହୋଇଥିଲା। ସିଡିପିଓ ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ପରେ ସିଡିପିଓଙ୍କ ଅଫିସ୍ ଏବଂ ସରକାରୀ କ୍ବାଟର ଛାନଭିନ୍ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି। ସେହି କ୍ରମରେ ସିଡିପିଓଙ୍କ ଜିଲ୍ଲା ବାହାରେ ରହିଥିବା ଏକାଧିକ ସ୍ଥାନରେ ଥିବା ଘର ଉପରେ ମଧ୍ୟ ଚଢାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ୨୦/୨୦୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ବେଗୁନିଆପଡ଼ା ବ୍ଳକରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବ ସରକାର ଅମଳରେ ସିଡିପିଓଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତିକୁ ନେଇ ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ଆକ୍ସନ ହୋଇ ନ ଥିବା ବେଳେ ଏବେକାର ସରକାରଙ୍କ ପଦକ୍ଷେପକୁ ସ୍ବାଗତ ବୋଲି କହିଛନ୍ତି ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ସିଡିପିଓଙ୍କ ଦୁର୍ନୀତିକୁ ନେଇ ସୂଚନା ତଥ୍ଯ ଆବେଦନ କରିଥିବା ବେଳେ ତାଙ୍କୁ ସିଡିପିଓ ବେଆଇନ ଭାବେ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ଦାବି କରିଥିଲେ। ଏନେଇ ସୂଚନା କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।ଏପରିକି ଦୁର୍ନୀତି ଖବର ପ୍ରକାଶ କରିବା ଯୋଗୁଁ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀ ବେଗୁନିଆପଡ଼ା ବ୍ଲକ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ ଓ କୃଷ୍ଣ ଚନ୍ଦ୍ର ପଲେଇଙ୍କ ନାମରେ ମିଥ୍ଯା ମାମଲା ଦେଇଥିଲେ। ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଭିଜିଲାନ୍ସକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ। ଗତ କିଛି ଦିନ ତଳେ ପଞ୍ଚାୟତ ସମିତି ବୈଠକରେ ସିଡିପିଓଙ୍କ ଦୁର୍ନୀତିକୁ ନେଇ ମଧ୍ଯ ବହୁ ଜନପ୍ରତିନିଧି ଅଭିଯୋଗ କରିଥିଲେ। ତେବେ ସିଡିପିଓଙ୍କ ଦୁର୍ନୀତିର ପୁରା କାରନାମାକୁ ଭିଜିଲାନ୍ସ ବିଭାଗ ପଦାକୁ ଆଣିବା ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି । ସିଡିପିଓଙ୍କ ବେଆଇନ ସଂପତ୍ତି ବ୍ୟାଜ୍ୟାପ୍ତ କରିବା ପାଇଁ ମଧ୍ୟ ଦାବି ହୋଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS