BREAKING
Loading...
:

ଜିପିଏଚ ଉପଖଣ୍ଡ ୧ଓ୨ ରୁ ଆରଟିଆଇରେ ମିଳୁନାହିଁ ତଥ୍ୟ । *ରାଜ୍ୟ ସୂଚନା କମିଶନଙ୍କୁ ଅଭିଯୋଗ

 *ଜିପିଏଚ ଉପଖଣ୍ଡ ୧ଓ୨ ରୁ ଆରଟିଆଇରେ ମିଳୁନାହିଁ ତଥ୍ୟ ।

*ରାଜ୍ୟ ସୂଚନା କମିଶନଙ୍କୁ ଅଭିଯୋଗ ।*

(ମଣିଭଦ୍ରା ଖବର) କଟକ ସାଧାରଣ ଜନସ୍ଵାସ୍ଥ୍ୟ ଉପଖଣ୍ଡ ୧ ଓ ୨ରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ହେଉଥିବା ବର୍ତ୍ତମାନ ସ୍ପଷ୍ଟ ପ୍ରମାଣିତ ହେବାକୁ ଯାଉଅଛି।ଯାହକି ସୂଚନାଅଧିକାର ଆଇନରେ ତଥ୍ୟ ମାଗିଲେ ତଥ୍ୟ ମିଳୁନାହିଁ କି ଯେଉଁ ଠାରେ କାର୍ଯ୍ୟ ହେଉଛି ଏହାର ତଥ୍ୟ ସୂଚନାଫଳକରେ ସାର୍ବଜନୀନ ହେଉନଥିବା ଅଭିଯୋଗ ହୋଇଛି। କଟକ ସହରର ସରକାରୀ କ୍ଵାଟର,କାର୍ଯ୍ୟାଳୟ ଏବଂ ବିଭିନ୍ନ ପ୍ରକଳ୍ପର ସାନିଟାରୀ କାର୍ଯ୍ୟ ଜିପିଏଚ ଉପଖଣ୍ଡ ୧ଓ ୨ ବିଭାଗର ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କୋଟିକୋଟି ଟଙ୍କାର କାର୍ଯ୍ୟ ହେଉଥିବା ଏବଂ ଏହାକୁ ନିର୍ଦ୍ଧିଷ୍ଟ ଠିକାଦାର ମାଧ୍ୟମରେ ହେଉଥିବା ଯୋଗୁଁ କଟକର ପ୍ରଶାନ୍ତ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ୨ଟି ଉପଖଣ୍ଡର ଜନସୂଚନାଅଧିକାରୀଙ୍କୁ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ମାସ ୭ତାରିଖରେ ୪ଟି ଆରଟିଆଇ ମାଧ୍ୟମରେ କିଛି ତଥ୍ୟ ମାଗିଥିଲେ।ଏହି ତଥ୍ୟ ଆଇନ ଅନୁଯାୟୀ ୩୦ଦିନରେ ଦେବାପାଇଁ ନିୟମ ରହିଥିଲେ ଜନସୂଚନା ଅଧିକାରୀଙ୍କ ଠାରୁ କୌଣସି ଉତ୍ତର ନମିଳିବାରୁ ନଭେମ୍ବର ୨୬ତାରିଖରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ସୂଚନାଅଧିକାର ଆଇନ ଧାରା-୧୮ ଅନୁଯାୟୀ ୪ଟି ଆରଟିଆଇର ତଥ୍ୟ ପାଇଁ ଅଭିଯୋଗ କରିବା ସହ ସୂଚନା ଅଧିକାର ଆଇନରେ ତଥ୍ୟ ଦେବାରେ ବିଳମ୍ବ ଯୋଗୁଁ ଜନସୂଚନା ଅଧିକାରୀଙ୍କ ବିରୁଦ୍ଧରେ  ଧାରା ୨୦(୧) ଅନୁଯାୟୀ ୨୫ହଜାର ଟଙ୍କା ଆର୍ଥିକ ଦଣ୍ଡବିଧାନ,ଧାରା ୨୦(୨)ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ତଥ୍ୟ ଦେବାରେ ଆବେଦନକାରୀଙ୍କୁ ବିଳମ୍ବ ଯୋଗୁଁ ଆର୍ଥିକ କ୍ଷତିପୂରଣ ବାବଦରେ ୨୦ହଜାର ଟଙ୍କା ଦେବାପାଇଁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS