ଭିଜିଲାନ୍ସ ଜାଲରେ ମହାବିଦ୍ୟାଳୟ ଅଧ୍ୟକ୍ଷ,୧ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
ନୟାଗଡ଼ (ମଣିଭଦ୍ରା ଖବର) ଅଣ୍ଟିଲାନି ଦରମା । ଲୋଭରେ ପଡ଼ି ଲାଞ୍ଚ ନେଉଥିଲେ ଲାଞ୍ଚୁଆ ଅଧ୍ୟକ୍ଷ ଆଉ ଶେଷରେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ବାହାଡାଝୋଲା ଠାରେ । ବାହାଡାଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁ ତାଙ୍କର ଜଣେ କର୍ମଚାରୀଙ୍କର ୫ ଲକ୍ଷ ଟଙ୍କା ଏରିୟର ବିଲ୍ କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । କର୍ମଚାରୀ ଜଣକ ଟଙ୍କା ଦେବା ସମୟରେ ଭୂବନେଶ୍ବରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ପାଖରୁ ଟଙ୍କା ଜବତ କରାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇ ତାଙ୍କ ବାସଭବନ ଏବଂ ଅଫିସରେ ଚଢ଼ାଉ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment