*ସର୍ବଭାରତୀୟ ମେଡିକାଲ ପିଜି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ସୁରେଶ ଝାଙ୍କର*
ରାଇଘର (ମାମନି ଚକ୍ରବର୍ତ୍ତୀ )ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କଳିଆପଦର ଗ୍ରାମର ନିବାସୀ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗଣ୍ଡ ମହାସଭା ଓଡ଼ିଶା ପ୍ରଦେଶର ଯୁବ ସଂଗଠକ ତଥା ଗୋଁଣ୍ଡୱାନା ଛାତ୍ର ସଂଘ ଓଡ଼ିଶା ପ୍ରଦେଶର ପୂର୍ବତନ ରାଜ୍ୟ ସଭାପତି ଯୁବ ସମାଜ ସେବୀ ଡ଼ାକ୍ତର ସୁରେଶ ଝାଙ୍କର ସର୍ବ ମେଡିକାଲ ଭାରତୀୟ ମେଡିକାଲ ପିଜି ପ୍ରବେଶିକା ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାର ବଡ଼ ମେଡିକାଲ କଟକର ଅସ୍ଥିଶଲ୍ୟ ବିଭାଗରେ ଉଚ୍ଚ ଶିକ୍ଷା ଲାଭ କରିବା ପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ବୋରିଗୁମ୍ମା ଡେଙ୍ଗପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ ଛାତ୍ର ଜୀବନରୁ ସମାଜ ସେବାକୁ ନିଶା ଏବଂ ରୋଗୀ ସେବାକୁ ପେସା ଭାବରେ ଗ୍ରହଣ କରିଥିବା ଓଡ଼ିଶା ଗୋଁଣ୍ଡ ସମାଜର ଯୁବକମାନଙ୍କର ଆଦର୍ଶ ଡ଼ାକ୍ତର ସୁରେଶ ଝାଙ୍କରଙ୍କୁ ଅଖିଳ ଭାରତୀୟ ଗୋଁଣ୍ଡୱାନା ସଂଘ ଏବଂ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
ମଣିଭଦ୍ରା ଖବର, ନବରଙ୍ଗପୁର
إرسال تعليق