୧୫ ତାରିଖରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା
କଟକ(ମଣିଭଦ୍ରା ଖବର) ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ଏମିତି ଅନେକ କଥା ଉପସ୍ଥାପିତ ହେବାକୁ ଯାଉଛି, ଯାହାକି ମେଳା ବୁଲିବାକୁ ଆସୁଥିବା ଲୋକଙ୍କୁ ଏକ ଭିନ୍ନ ଅନୁଭୁତି ଦେବ । ସେଥିମଧ୍ୟରେ ଗୋଟିଏ ନାମ ରହିଛି "ଇନ୍ଫିନିଟି ୱାଲଡ" ବା "ଅନନ୍ତ ଦୁନିଆ"। ରାଜ୍ୟରେ ପ୍ରଥମ ଥର ଲାଗି ପ୍ରଦର୍ଶିତ ହେବାକୁ ଯାଉଥିବା ଏହି "ଇନ୍ଫିନିଟି ୱାଲଡ"ରେ ଦର୍ଶକଙ୍କୁ ହଲିଉଡ ସିନେମା "ଆଭଟାର" ରେ ପ୍ରଦର୍ଶିତ ହୋଇଥିବା କାଳ୍ପନିକ ଦୁନିଆର ଅନୁଭୁତି ମଳିବ ବୋଲି କହିଛନ୍ତି ଆୟୋଜକ ।
ସେହିପରି ଓଡ଼ିଆ ଚଳଚିତ୍ରକୁ ଜନମାନସକୁ ଫେରାଇ ଆଣିବା ସହ ଚଳଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ଲୋକଙ୍କ ମଧ୍ୟରେ ଜାଗୃତ କରାଇବା ପାଇଁ କଟକ ଇନ କଟକ ପାଭିଲିୟନରେ ସ୍ବତନ୍ତ୍ର ଭାବେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ।
ବାଲିଯାତ୍ରା ପଡ଼ିଆରେ ଅନୁଭବ ହେବ ହଲିଉଡ ସିନେମା "ଆବାଟାର"ରେ ପ୍ରଦର୍ଶିତ କାଳ୍ପନିକ ଦୁନିଆର ଅନୁଭୁତି । କାଚର ଚୌହଦି ମଧ୍ୟରେ ଆଲୋକର କରାମତି ଏବଂ ବିଭିନ୍ନ ଆକୃତିର ପ୍ରତିକୃତି ସୃଷ୍ଟି କରିବ ଭିନ୍ନ ଏକ ପରିବେଶ । ଦର୍ଶକମାନେ କାଚ କାନ୍ଥ ଭିତରେ ବୁଲିବୁଲି ଏକ ନୂଆ ଦୁନିଆକୁ ଦେଖିବେ । କଟକ ଇନ୍ କଟକ ଏବଂ ଓରମାସ୍ ମଝିରେ ରହୁଥିବା ଖୋଲା ସ୍ଥାନରେ "ଇନ୍ଫିନିଟି ୱାଲଡ" କୁ ସ୍ଥାନିତ କରାଯାଉଛି । ୬୦ ଫୁଟରେ ୮୦ଫୁଟର ଆୟତ କ୍ଷେତ୍ରରେ ଏହାକୁ ଖଞ୍ଜାଯିବ । ଏହାର ଉଚତା ରହିବ ୨୫ ଫୁଟ୍ । ହଲିଉଡ୍ ସିନେମା 'ଅବତାର'ରେ ପ୍ରଦର୍ଶିତ ହୋଇଥିବା ଏକ ଭିନ୍ନ ଦୁନିଆ ଭଳି ଲୋକେ ଅନୁଭବ ସାଉଁଟିବେ । ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାର ଏହା ରହିବ ମୁଖ୍ୟ ଆକର୍ଷଣ । ଏହାର ଟିକଟ ଦର ପ୍ରାୟ ୧୫୦ରୁ ୨୦୦ ଟଙ୍କା ଭିତରେ ରହିବ।
ସେପଟେ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ରଖି ପ୍ରଶାସନ ତରଫରୁ ତଳ ବାଲିଯାତ୍ରା ପଡିଆର କଟକ ଇନ୍ କଟକ ପରିସରରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ। ଏଥିରେ ପ୍ରଦର୍ଶିତ ହେବ ୯ ଦଶନ୍ଧିର ଓଡ଼ିଆ ଚଳଚ୍ଚିତ୍ରର କ୍ରମ। ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଟିକିନିକି ଚିତ୍ରକୁ ଏଠାରେ ସ୍ଥାନିତ କରାଯିବ । ଓଡ଼ିଆ ଚଳଚ୍ଚିତ୍ର ଉତ୍ଥାନରୁ ନେଇ ବର୍ତ୍ତମାନ ସମୟ ଯାଏ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ଯେଉଁଥିରେ ପ୍ରସିଦ୍ଧ କଳାକାର, ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ଫଟୋଚିତ୍ର ପ୍ରଦର୍ଶିତ ହେବ । ଏକ ଆମ୍ପି ଥିଏଟର କଟକ ଇନ୍ କଟକ ଭିତରେ କରାଯିବ । ଯେଉଁଥିରେ ପ୍ରାୟ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ। ଏହାସହ ସ୍କ୍ରିନ୍ରେ ପୁରୁଣା କ୍ଲାସିକ୍ ଓଡ଼ିଆ ଫିଲ୍ମର ପ୍ରଦର୍ଶନ କରାଯିବ । ବିଭିନ୍ନ ସ୍ଥାନରେ ଲୋକପ୍ରିୟ କଳାକାରଙ୍କ ସର୍ବକାଳୀନ ଶ୍ରେଷ୍ଠ ଡାଏଲକ୍ ଗୁଡିକ ଧାଡ଼ି ଧାଡ଼ି ହେଇ ଲେଖାଯିବ। କେବଳ ସେତିକି ନୁହେଁ କାରାଓକେରେ ଓଡ଼ିଆ ଗୀତର ଧୂନ ବାଜୁଥିବ । ଯେକେହି ନିଜ ସ୍ବରକୁ ଯୋଡ଼ିପାରି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି ।
ବାଲିଯାତ୍ରାରେ ସାଂସ୍କୃତିକ ସଂଧ୍ଯାକୁ ରଙ୍ଗିନ କରିବା ପାଇଁ ବଲିଉଡ୍ର କଳାକାର ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଯୋଗ ଦେବେ। ଚଳିତ ବର୍ଷ ବାଲିଯାତ୍ରାକୁ ବଲିଉଡ୍ ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକରଙ୍କ ଏବଂ ନିଜର ପ୍ରକ୍ଷାତ ବ୍ୟାଣ୍ଡ ବଲ୍ଲି ମାରନ୍ ସହିତ ବାଲିଯାତ୍ରାକୁ ଆସିବେ ସିନେ ଅଭିନେତା ତଥା ଗୟାକ ପିୟୁଷ ମିଶ୍ରା ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق