BREAKING
Loading...
:

ପୁଣି ଅଲୋଡ଼ା ଶିଶୁ କନ୍ୟା

 


ଭୁବନେଶ୍ଵର ( ମଣିଭଦ୍ରା ଖବର) ପୁଣି ଅଲୋଡ଼ା ଶିଶୁ କନ୍ୟା । ରାଜଧାନୀରେ ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁ କନ୍ୟା । ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ବିଳମ୍ବିତ ରାତି କିମ୍ବା ବଢ଼ି ଭୋରୁ କିଏ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସକାଳୁ ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ପୋଲିସକୁ ଖବର ଦେବା ପରେ ସହିଦନଗର ଥାନା ପୋଲିସ ପହଞ୍ଚି ଶିଶୁ କନ୍ୟାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଛନ୍ତି । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଅଛି ବୋଲି ଜଣାପଡ଼ିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS