ପ୍ରେମ-ପ୍ରତାରଣା-ଧୋକା... ଦାୟୀ କିଏ ?
ବ୍ୟୁରୋ (ମଣିଭଦ୍ରା ଖବର) ଆଜିର ଏହି ସମାଜ ପାଇଁ ଶୀର୍ଷକ ଖବରଟି ନୂଆ ନୁହେଁ । ଏହି ଘଟଣା ଏବେ ସାରା ପୃଥିବୀରେ ପ୍ରତିଦିନ ଦେଖିବାକୁ ମିଳୁଛି । ଆଇନ ଯେତେ କଠୋର ହେଲେ ମଧ୍ୟ ଏଭଳି ବାରମ୍ବାର ଘଟୁଛି । ଯାହାକି ଯୁବ ପୀଢ଼ି ପଥଭ୍ରଷ୍ଟ ହେବାକୁ ବାଟ କଢ଼େଇ ନେଉଛି । ପ୍ରଥମେ ବନ୍ଧୁତା ତା'ପରେ ମିଳାମିଶା । ବିଶ୍ବାସ ଜମାଇ ନିବିଡ଼ ସମ୍ପର୍କ ରଖି ମିଛ ପ୍ରେମର ଦ୍ୱାହି ଦେଇ ଶାରିରୀକ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ଧୋକା ଦେଇ ଭିଡିଓ ଭାଇରାଲର ଅଭିଯୋଗ । ଏପରିକି ଗିରଫ ମଧ୍ୟ ହେବାକୁ ପଡୁଛି ଅସହାୟ ପ୍ରେମିକ ମାନଙ୍କୁ । ତେବେ କେହି ବି କେବେ ପ୍ରଶ୍ନ କରି ନାହାନ୍ତି ଏଥିପାଇଁ ଦାୟୀ କିଏ ? କେବଳ କ'ଣ ଜଣେ ପୁଅ ପିଲା ଏଥିପାଇଁ ଦାୟୀ ? ଝିଅଟିର ଅନିଚ୍ଛା ଥିଲେ ଗୋଟିଏ ପୁଅ କ'ଣ ତାର ପ୍ରାଇଭେଟ୍ ଫଟୋ ଉତ୍ତୋଳନ କରିପାରିବ ନା ଭିଡିଓ କରିପାରିବ ।
ପ୍ରେମ ପାପ ନୁହେଁ କିନ୍ତୁ ସମ୍ପର୍କ ରଖିବା କ'ଣ ପାପ ନୁହେଁ । ଭିଡିଓ ଉତ୍ତୋଳନ କରିବାକୁ ସୁଯୋଗ ଦେବା କ'ଣ ଭୂଲ୍ ନୁହେଁ ? ବାପା ମା'ଙ୍କୁ ନଜଣାଇ ଲୁଚି ଲୁଚି ନିଜର ପ୍ରେମିକା ସାଙ୍ଗରେ ପାର୍କ,ସିନେମା ହଲ୍ ଯିବା କ'ଣ ଦୋଷ ନୁହେଁ କିନ୍ତୁ ଏସବୁ କଲା ବେଳେ ନା କୈାଣସି ଝିଅ ନା ତାର ପରିବାର କେହି ବି ପ୍ରତିବାଦ କରନ୍ତି ନାହିଁ । ଯେତେବେଳେ ନେଡିଗୁଡ କହୁଣିକୁ ବୋହିଯାଏ ସେତେବେଳେ ସବୁ ଭୁଲ୍ ବିଚରା ପୁଅର । ଆଉ ଝିଅଟି ନିଜର ଭୁଲ୍ ଲୁଚେଇବାକୁ ନିଜକୁ ସତୀ ସାବିତ୍ରୀର ପ୍ରମାଣ ଦେଇ ପାର୍ ପାଇଯାଏ । ଆଜିକାଲି ପ୍ରେମ-ପ୍ରତାରଣା-ଧୋକା ଘଟୁଥିବା ପ୍ରତ୍ୟେକ ସ୍ଥାନରେ ଯଦି ତର୍ଜମା କରାଯାଏ ତେବେ ୯୦ ଭାଗ ପୁଅ ଝିଅ ଉଭୟ ଦୋଷୀ । କିନ୍ତୁ ସମସ୍ତ ଦୋଷ ପୁଅକୁ ଦେଇ ତା ଜୀବନକୁ ବରବାଦ କରାଯାଉଛି କାହିଁକି ? ଏଭଳି ଘଟଣାରେ କ'ଣ ଝିଅର କିଛି ବି ଦୋଷ ନାହିଁ । ତାହେଲେ ଏତେ ଆଇନ କାନୁନ ଥାଇ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟୁଛି କାହିଁକି । ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି କିନ୍ତୁ ପ୍ରତିବାଦର ସ୍ୱର କେହି ଉଠାଉନାହାନ୍ତି । ଯଦି ଏଭଳି ଘଟଣାରେ ପୁଅ ଝିଅ ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା ତେବେ ଦିନକୁ ଦିନ ଏଭଳି ଘଟଣା ଆଉ ଖବରର ଶିରୋନାମା ହୁଅନ୍ତାନି ।
ମଣିଭଦ୍ରା ଖବର
Post a Comment