ଛାଡଖାଇ ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ମୃତ
କଟକ (ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ସ୍ଥିତ ବାଲିସାହି ପଞ୍ଚାୟତର ମାଳିସାହିର ନବକୃଷ୍ଣ ମହାପାତ୍ରଙ୍କର ଏକ ମାତ୍ର ପୁତ୍ର ନିଶିକାନ୍ତ ମହାପାତ୍ର (ଚିନୁ)ଙ୍କର ୨୫ ବର୍ଷ ବୟସରେ ଦୁର୍ଘଟଣାରେ ବିୟୋଗ ଘଟିଛି। ସେ ଛାଡଖାଇ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ସ୍ତବ୍ଧ ପାଲଟି ଯାଇଛନ୍ତି ।
ମାନସ କୁମାର ସାହୁ, କଟକ
إرسال تعليق