BREAKING
Loading...
:

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

 ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


ଛତ୍ରପୁର ତା.୦୧.୧୧. ୨୦୨୪ (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ 28 ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର 3 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଦେଶ ସ୍ଵାଧୀନତା ହେବାର ଅନେକ ବର୍ଷ ପରେ ମଧ୍ୟ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆଜି ମଧ୍ୟ ଦୁର୍ନୀତି ଲୋପ ପାଇ ନାହିଁ । ଆବଶ୍ୟକ‌ତା ଠାରୁ ଅଧିକ ଲୋଭ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି । ନିଜର ତଥା ନିଜ ପରିବାରର ପ୍ରତିପୋଷଣ ନିମନ୍ତେ ଯେତିକି ଆବଶ୍ୟକ କେବଳ ସେତିକି ପାଇଁ ମଣିଷ ଆଶା କରେ ତେବେ ଯାଇ ଦୁର୍ନୀତି ସମ୍ପୂର୍ଣ ରୂପେ ଲୋପ ପାଇବ । ଏହି ମାନସିକତା ଜାଗ୍ରତ କରିବା ସକାଶେ ପ୍ରତ୍ୟେକ ନାଗରିକ ଯନ୍‌ବାନ ହେବା ଜରୁରୀ ହୋଇ ପଡିଛି ବୋଲି ନିଜ ବକ୍ତବ୍ୟରେ ଶ୍ରୀ ପୃଷ୍ଟି ଜଣାଇଥିଲେ । 

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଦୁର୍ନୀତି ନିବାରଣ ବିଭାଗୀୟ ଉପ ଆରକ୍ଷୀ ଅଧୀକ୍ଷକ କ୍ରୀଷ୍ଣା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟ ସ୍ତରରେ ଅର୍ପିତା ମହାପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁର ପ୍ରଥମ, ମନିଷା ସ୍ବାଇଁ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଦ୍ଵିତୀୟ ଓ ବସୁନ୍ଧରା ପାଣିଗ୍ରାହୀ ଦି ନିୟୁ ଏଜ୍‌ ୟୁରୋ ସ୍କୁଲ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ସ୍ତରରେ ଲିଗ୍ଧାରାଣୀ ଗୌଡ, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ, ସ୍ନେହା ରଥ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଦ୍ଵିତୀୟ ଓ ଡି. କାଜଲ ପାତ୍ର ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାବିଦ୍ୟାଳୟ ସ୍ତରରେ ସ୍ତରରେ ଗାୟତ୍ରୀ ଶତପଥୀ ଯୁକ୍ତ 3 ଶ୍ରେଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ, ପବିତ୍ର ମୁଦୁଲୀ ଯୁକ୍ତ 3 ଶ୍ରେଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ଓ ମଧୁସ୍ମିତା ନାୟକ ଯୁକ୍ତ 3 ଶ୍ରେଣୀ ମହିଳା ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ହେତୁ ପୁରସ୍କୃତ ହୋଇଥିଲେ ।

ବୈଠକରେ ଡେପୁଟି କଲେକ୍ଟର ରାଜେଶ କୁମାର ଇକ୍କା, କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ଦୁର୍ନୀତି ବାଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

أحدث أقدم
Header ADS