BREAKING
Loading...
:

ମେଘନାଦ ପାଚେରୀରେ ଫାଟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଡ ବୟାନ

 

*ମେଘନାଦ ପାଚେରୀରେ ଫାଟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଡ ବୟାନ। ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ଯେମିତି କୌଣସି ସମସ୍ୟା ହେବ ନାହିଁ ତାର ସ୍ପଷ୍ଟତା ଆମେ ଦେଉଛୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।*


*ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏହି ସବୁ ଫାଟରୁ ପାଣି ଗଳୁଛି। ଆନନ୍ଦ ବଜାରର ହାତ ଧୁଆ ପାଣି ଫାଟ ଦେଇ ବାହାରୁଛି। ସେହି ସବୁ ସ୍ଥାନରେ ଶିଉଳି ବସି ଯାଇଛି। ଯାହା ଫଳରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଏବେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମେଘନାଦ ପାଚେରୀରର ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି।*


*ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମେଘନାଦ ପାଚେରୀର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସ୍‌ଆଇ, ଟେକ୍ନିକାଲ୍‌ ଟିମ ମଧ୍ୟ ସର୍ଭେ କରିଛନ୍ତି । ଖୁବଶୀଘ୍ର ରିପୋର୍ଟ ଆସିବ । ମେଘନାଦ ପାଚେରୀ ଫାଟକୁ ଗୁରୁତ୍ୱର ନେବା ସହ ଖୁବଶୀଘ୍ର ମରାମତିର ବ୍ୟବସ୍ଥା କରିବୁ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS