BREAKING
Loading...
:

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣେଇ ଭାବବିହ୍ୱଳ ହେଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

 *ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣେଇ ଭାବବିହ୍ୱଳ ହେଲେ  ଛାତ୍ରଛାତ୍ରୀ ଏବଂ ଅଭିଭାବକ*

ରାଇଘର (ମାମନି ଚକ୍ରବର୍ତ୍ତୀ) ଗୁରୁ ଶିଶ୍ୱ ସମ୍ପର୍କ ଯୁଗଯୁଗରୁ ଏକ ଡୋରିରେ ବନ୍ଧା ହୋଇ ଆସିଛି । ଗୁରୁ ବିନା କିଏ ଆଗକୁ ଯାଇ ପାରେନାହିଁ । ସେହି ଗୁରୁଙ୍କୁ ବିଦାୟ ଦେଇ ଭାବବିହ୍ଵଳ ହୋଇ କାନ୍ଦିଲେ ଜଣେ ପ୍ରାଧନ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ।  ଏମିତି ଏକ ଗୁରୁଶିଶ୍ୱ ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ରାଇଘର ପଂଚାୟତ ର  ଢ଼ୋଡ୍ରାପାରା ପ୍ରାଥମିକ ବିଦ୍ୟାଳୟ ରେ । ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ମୁଖାର୍ଜୀ ବାପା ଙ୍କ  ସ୍ବର୍ଗତ ରତିଶ ଚନ୍ଦ୍ର ମୁଖାର୍ଜୀ ।  

୧୯୮୬ ମସିହାରେ ଚାକିରୀରେ ଯୋଗଦେଇ ପ୍ରଥମେ ଛତାବେଡା ୧ ନମ୍ବର ଗ୍ରାମରେ ଶିକ୍ଷୟତ୍ରୀ ଭାବେ ଯୋଗଦାନ କରିଥିଲେ ପରେ  ଟ୍ରାନ୍ସଫର ହୋଇ ପାଉରବେଲା ୧ ନମ୍ବର ଗ୍ରାମ କୁ ଶିକ୍ଷକତା କରି ୩ ନମ୍ବର କଚରାପାରା ଗ୍ରାମକୁ ଗଲେ ।  ତାପରେ ଦାସପୁର ଡିଏନକେ ଗ୍ରାମ ରୁ ସୋନପୁର ଡିଏନକେ ପ୍ରାଥମିକ ବିଦ୍ୟାଳୟ ରେ ୧0 ବର୍ଷ ଶିକ୍ଷକତା କରି ରାଇଘର କୋଦଭଟ୍ଟା ସ୍କୁଲରେ ତିନିବର୍ଷ ଶିକ୍ଷକତା କରି ଶେଷରେ ଢ଼ୋଡ୍ରାପାରା  ପ୍ରାଥମିକ ବିଦ୍ୟାଳୟ ରେ  ୧୪ ବର୍ଷ ଶିକ୍ଷକତା କରି ଆଜି ଅବସର ନେବା ପରେ ବିଦ୍ୟାଳୟ ରୁ ବାହାରିବା ବେଳେ କୁନି କୁନି ଛାତ୍ରଛାତ୍ରୀ  ଏବଂ ଅଭିଭାବକ ମାନେ ତାଙ୍କୁ  କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲେ । ଶିକ୍ଷୟତ୍ରୀ ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ଧରି  ଭାବବିହ୍ଵଳ ହୋଇ କାନ୍ଦି ତାଙ୍କୁ ବିଦାୟ ଦେଇଥିଲେ । ଦୀର୍ଘ ୩୮ ବର୍ଷ ଚାକିରୀ କରି ଆଜି ବିଦାୟ ନେଲେ ନୀଳିମା ମୁଖାର୍ଜୀ।  ଆଜିର ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ଢ଼ୋଡ୍ରାପାରା ବିଦ୍ୟାଳୟ ର  ଶିକ୍ଷୟତ୍ରୀ ମୋନାଲିସା ପରିଡା,ସ୍ୱପ୍ନା ସଜ୍ଜଳ,ସିଆରସିସି ଦିଲୀପ ବସନ୍ତିଆ, ୱାର୍ଡ ମେମ୍ବର ଚନ୍ଦନ ସତନାମୀ, ଅଙ୍ଗନବାଡି ଦିଦି ଚମ୍ପା ବ୍ୟାପାରିଙ୍କ ସମେତ ବିଦ୍ୟାଳୟ ର ଏସଏମସି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିକ୍ଷୟତ୍ରୀ ଙ୍କୁ ଫୁଲମାଳ ପିନ୍ଧେଇ ଦୁଃଖର ସହିତ ଅବସର କାଳୀନ ବିଦାୟ ଦେଇଥିଲେ ।

ମଣିଭଦ୍ରା ଖବର, ରାଇଘର 

Post a Comment

Previous Post Next Post
Header ADS