ବାଇକ୍ ସହ ବାଇକ୍ ଧକ୍କା,ଶିକ୍ଷକ ମୃତ, ଜଣେ ଗୁରୁତର
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ମାମା ଢ଼ାବା ସମ୍ମୁଖରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ନୟାଗଡ ପଟୁ ଜଣେ ଶିକ୍ଷକ ହିରୋ ହୁଣ୍ଡା ଗାଡି ରେ ନୂଆଗାଁ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଗାଡି ସହ ଧକ୍କା ହୋଇଥିଲା। ବାଇକ୍ ଦୁଇଟି ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ।ଉଭୟ ପାର୍ଶ୍ଵରୁ ଆସୁଥିବା କିଛି ଯାତ୍ରୀ ଏବଂ ନୂଆଗାଁ କଲେଜ୍ ଛାତ୍ର ମାନଙ୍କ ଦ୍ଵାରା ଗୁରୁତର ଗାଡି ଚାଳକଙ୍କୁ ଉଦ୍ଧାର କରିଥିଲେ।ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେବାସହ ସ୍ଥାନୀୟ ନୂଆଗାଁ ପୁଲିସ୍ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥଲେ।ନୟାଗଡ ଚିକିତ୍ସାଳୟରେ କନ୍ଦଳବ ସ୍କୁଲ୍ ର ଶିକ୍ଷକ କିଶୋର ସେନାପତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ନୂଆଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق