BREAKING
Loading...
:

୪୫୨ ହୃଦରୋଗୀଙ୍କ ପରିବାରରେ ହସ ଫୁଟାଇଛି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

 ୪୫୨ ହୃଦରୋଗୀଙ୍କ ପରିବାରରେ ହସ ଫୁଟାଇଛି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ 

ଗଞ୍ଜାମ ଜିଲ୍ଲାରୁ ରାଷ୍ଟ୍ରୀୟ ବାଲ ସ୍ଵାସ୍ତ୍ୟ କାର୍ଯ୍ୟକ୍ରମ ଦ୍ୱାରା ଚିହ୍ନଟ ହୋଇଥିବା ୨୮ ଜଣ ହ୍ହୃଦରୋଗୀ ବ୍ରହ୍ମପୁରରୁ ରେଳ ଯୋଗେ ମୁମ୍ବାଇର

ଭୁବନେଶ୍ଵର (ମଣିଭଦ୍ରା ଖବର) ଏସ ଆର ସି ସି (ନାରାୟଣ ) ହୃଦୟାଳୟକୁ  ଅସ୍ତ୍ରୋପଚାର ପାଇଁ ଗଲେ ! ସୂଚନା ଅନୁସାରେ ଏହି ସମସ୍ତ ଶିଶୁ ଗଞ୍ଜାମ ଜିଲ୍ଲାର  ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମ ରେ ଥିବା ଆୟୁଷ ଡାକ୍ତରଙ୍କ ଦ୍ୱାରା ଚି଼ହ୍ନଟ ହୋଇଥିଲା ! ଏହିପରି ଭାବେ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ 2 ଟି ଲେଖାଏଁ ଆର ବି ଏସ କେ ଟିମ ଅଛନ୍ତି, ସେମାନଙ୍କ ମଧ୍ୟରେ  ପ୍ରତ୍ୟେକ ଟିମରେ ଜଣେ ପୁରୁଷ ଆୟୁଷ ଡାକ୍ତର, ଜଣେ ମହିଳା ଆୟୁଷ  ଡାକ୍ତର, ଜଣେ ଫାର୍ମାସିଷ୍ଟ, ଓ ଜଣେ ଏ ଏନ ଏମ ଅଛନ୍ତି! ସେମାନେ ଅଙ୍ଗନବାଡି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର  ଜନ୍ମରୁ  ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରନ୍ତି ! ସେମାନଙ୍କର 38 ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଉନ୍ନତ  ସ୍ବାସ୍ଥ୍ୟ ନିମନ୍ତେ ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥାନ୍ତି! ଏହି କାର୍ଯ୍ୟକ୍ରମ 2013 ରୁ ଆରମ୍ଭ  ହୋଇ ଆଜି ପର୍ଯ୍ୟନ୍ତ ଅନେଙ୍କ ଶିଶୁଙ୍କ ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ ମାଗଣାରେ   କରିଆସୁଛି ! ଅଦ୍ୟାବଧି ୪୫୨ ଜଣ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ହୋଇସାରିଛି | ଏହି ସେବା ଆଗକୁ ମଧ୍ୟ୍ୟ ଜାରିରହିବ  ! ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଓ ଉପମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ସରୋଜିନୀ ଦେବୀ ,  ମୁଖ୍ୟ ପରିଚାଳକ ଶ୍ରୀ ଶ୍ୟାମସୁନ୍ଦର ତ୍ରିପାଠୀ, ଡି ଏମ ଆର ସି ଏଚ ଶ୍ରୀ ଶକ୍ତି ଦିଗଲ ଶିଶୁଙ୍କ ସଫଳ ଚିକିତ୍ସାର କାମନା  କରିଛନ୍ତି | ଆର ବି ଏସ କେ  ସହ ପରିଚାଳକ ସୁଶ୍ରୀ  ଲୋପାମୁଦ୍ରା ମିଶ୍ର,ଡାଟା ଅପେରଟର ଶ୍ରୀ  ନିହାର ରଞ୍ଜନ ସେଠୀଙ୍କ ସହଯୋଗରେ ଓ ଆୟୁଷ ଡାକ୍ତର କିରଣ କୁମାର ପଣ୍ଡିତ, ଡ଼ା ସତ୍ୟନାରାୟଣ ପଲାଇ, ଡା ଅରୁଣ ସାହୁ ଶିଶୁମାନଙ୍କ ସାଥିରେ  ଯାଇଛନ୍ତି ! ଗଞ୍ଜାମ ଜିଲ୍ଲାର ସମସ୍ତ ଆର ଵି ଏସ କେ କର୍ମଚାରୀ ସଫଳ ଚିକିତ୍ସାର କାମନା କରିଛନ୍ତି |

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS