BREAKING
Loading...
:

କିଶୋର ପ୍ରସାଦ ରେ ପୋଷାକ ବିତରଣ ଉତ୍ସବ

 କିଶୋର ପ୍ରସାଦ ରେ ପୋଷାକ ବିତରଣ ଉତ୍ସବ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ, କିଶୋର ପ୍ରସାଦ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା  ଝୁନା  ଜେନା, ବିଦ୍ୟାଳୟର ସଭାପତି ପ୍ରମୋଦ କୁମାର ପୃଷ୍ଟି, ସମିତି ପ୍ରତିନିଧି ଅକୃର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବେହେରା, ସି.ଆର୍.ସି.ସି ଶୁକଦେବ ରାଉତ, ଶିକ୍ଷକ ପ୍ରଫୁଲ କୁମାର ମିଶ୍ର, ରଶ୍ମିରଞ୍ଜନ ବେହେରା, ଦିନେଶ କୁମାର ମହାଳିକ, କେଶବ ଚନ୍ଦ୍ର ନାୟକ,ଚରଣ ଗଣ୍ଠିଆ, ଶିକ୍ଷୟିତ୍ରୀ ଧରିତ୍ରୀ ରାଣୀ ପତି, ଚିନ୍ମୟୀ ଚଣ୍ଡ, ସରୋଜିନୀ ଦେବତା, ଶୈଳବାଳା ସାହୁ ଏବଂ କମିଟିର ସଭ୍ଯ ଓ ସଭ୍ୟା ଯୋଗ ଦେଇଥିଲେ। ଏହି ବିଦ୍ୟାଳୟରେ ୨୩୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗଣିଆ ବ୍ଲକରେ ସର୍ବପ୍ରଥମେ ସରକାରୀ ଉପ୍ରା ବିଦ୍ୟାଳୟ କିଶୋର ପ୍ରସାଦରେ ପୋଷାକ ବିତରଣ ହୋଇଯାଇ ଅଛି। ବ୍ଳକ ଅଧ୍ୟକ୍ଷା  ବିଦ୍ୟାଳୟର ଅର୍ଦ୍ଧ ନିର୍ମିତ ଭୋଜନାଳୟ ଓ ସଭା ମଣ୍ଡପ କୁ ପୂର୍ଣ୍ଣାଙ୍ଗ କରିବାକୁ ପ୍ରତିଶୃତି ଦେଇଥିଲେ।  ଏହି ସଭା କୁ ଶିକ୍ଷକ ଦିନେଶ କୁମାର ମହାଳିକ ପରିଚାଳନା କରିଥିଲେ।  

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS