BREAKING
Loading...
:

ସାବତ ମା ସଉତୁଣୀର ଝିଅ କୁ ପିଟି ପିଟି ହତ୍ୟା , ଅଭିଯୋଗ ପରେ ଶବକୁ ଜବତ କଲା ପୁଲିସ, ଜଣେ ଅଟକ

 ସାବତ ମା ସଉତୁଣୀର ଝିଅ କୁ ପିଟି ପିଟି ହତ୍ୟା , ଅଭିଯୋଗ ପରେ ଶବକୁ ଜବତ କଲା ପୁଲିସ, ଜଣେ ଅଟକ

 


 ଭାପୁର( ମଣିଭଦ୍ରା ଖବର) ସାବତ ମାଆ ସଉତୁଣୀର ନାବାଳିକା ଝିଅକୁ ପିଟି ପିଟି ହତ୍ୟା କରି, ମଶାଣି ରେ ଫୋପାଡ଼ି ଦେବା ଏକ ହୃଦୟ ବିଦାରକ ଘଟଣା ଭାପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ମୃତ ନାବାଳିକା ତୁଳସୀର ମାମୁଁ ଶାଳପଡା ପଞ୍ଚାୟତ ବାରବାଟୀ ଗ୍ରାମର ବ୍ରଜବନ୍ଧୁ ସ୍ବାଇଁଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ଆଜକୁ ପ୍ରାୟ ୨୦ ବର୍ଷ ତଳେ  ତାଙ୍କ ଭଉଣୀ ଶଶୀ ସ୍ବାଇଁ ବାଉଁଶବାଟି ପଞ୍ଚାୟତ ପୋଡ଼ାସାହି ଗ୍ରାମର ସୁକୁଟା ସ୍ବାଇଁ ଙ୍କୁ ବିବାହ କରିଥିଲେ । ତାଙ୍କ ଔରସ ରୁ ଦୁଇଟି ଝିଅ ଥିବାବେଳେ ଶଶୀ ସ୍ବାଇଁ ୯ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ । ଭଉଣୀର ମୃତ୍ୟୁ ପରେ ସୁକୁଟା ସ୍ବାଇଁ ଧାନଚାଙ୍ଗଡା ପଞ୍ଚାୟତ କଳପଙ୍ଗି ଗ୍ରାମର ମଣ୍ଡା ସ୍ବାଇଁଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ଶଶୀଙ୍କ ର ସାନ ଝିଅ ପରୀ ସ୍ବାଇଁ ପଡିଶା ଘରର ଜୈନିକ ବ୍ୟକ୍ତି ନେଇ ତା'ର ଲାଳନ ପାଳନ କରୁଛନ୍ତି। କିନ୍ତୁ, ବଡ ଝିଅ ତୁଳସୀ ସ୍ବାଇଁ(୧୪) ସାବତ ମାଆ ମଣ୍ଡା ସ୍ବାଇଁଙ୍କ ପାଖରେ ରହୁଥିଲା । ବୁଧବାର ଦିନ ସନ୍ଧ୍ୟା ସମୟରେ କୌଣସି ପାରିବାରିକ କଳହ ରୁ ସାବତ ମାଆ ମଣ୍ଡା ସ୍ବାଇଁ ତୁଳସୀ କୁ ଅତି ନିର୍ମମ ଭାବରେ ବାଡେଇ ବାଡେଇ ହତ୍ୟା କରିଥିବା ନେଇ ଝିଅର ମାମୁଁ ବ୍ରଜବନ୍ଧୁ ସ୍ବାଇଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି  ପୋଲିସ ଶ୍ମଶାନ ରୁ ଶବକୁ ଜବତ କରି ତଦନ୍ତ କରିଥିବା ଜଣାପଡିଛି । ମାତ୍ର, ଦୁଃଖ ଓ ପରିତାପର ବିଷୟ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଫତେଗଡ ଥାନା ଅଧିକାରୀ ଙ୍କୁ ଉକ୍ତ ଘଟଣା ବିଷୟରେ ଅବଗତ କରିଥିଲେ ମଧ୍ୟ ପୁଲିସ ବହୁ ବିଳମ୍ବରେ ପହଞ୍ଚିବା ନେଇ ପୁଲିସର କାର୍ଯ୍ୟଦକ୍ଷତା ନେ଼ଇ ସ୍ଥାନୀୟ ଜନ ସାଧାରଣ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ , ଘଟଣାକୁ ନେଇ ଖଣ୍ଡପଡ଼ା  ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିମଳ କୁମାର ମଲ୍ଲିକ କୁ ଜଣାଇବା ପରେ ସେ ଥାନା ଅଧିକାରୀ ଙ୍କୁ ଘଟଣା ସ୍ଥଳକୁ ପୁଲିସ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଅଭିଯୁକ୍ତ ସାବତ ମାଆ ମଣ୍ଡାକୁ ଥାନାରେ ଅଟକ ରଖିଛି। 

ବିଭୂତି ମହାପାତ୍ର, ଭାପୁର 

Post a Comment

Previous Post Next Post
Header ADS